ମୁହଁ ଓ ହାତରେ କଳା ପଟି ବାନ୍ଧି ଚାଷୀଙ୍କ ନିରବ ପ୍ରତିବାଦ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପ-ହାଇଦ୍ରାବାଦ ପେଟ୍ରୋଲିମ ତୈଳ ପାଇପଲାଇନ୍ ପାଇଁ ଜମି ହରାଇଥିବା ଜଗତସିଂହପୁର ଜିଲ୍ଲା ବାଲିତୁଠ ପଞ୍ଚାୟତର ସଂଖ୍ୟାଧିକ ଚାଷୀ ଆଜି(ସୋମବାର)ଠାରୁ ନିରବ ପ୍ରତିବାଦ ଆରମ୍ଭ କରିଛନ୍ତି । ମୁହଁ ଏବଂ ହାତରେ କଳା ପଟି ବାନ୍ଧି ବଡ଼ବୁଦା ଗାଁମୁଣ୍ଡ ମଣ୍ଡପ ଉପରେ ବସି ପ୍ରତିବାଦ କରୁଛନ୍ତି । ପାଇପଲାଇନ୍ ପାଇଁ ଅଧିଗୃହୀତ ଜମିର ଉଚିତ ମୂଲ୍ୟ ଦାବି କରି ଦୀର୍ଘ ଦିନ ହେଲା ଚାଷୀମାନେ ଆନେ୍ଦାଳନ କରି ଆସୁଛନ୍ତି । ହେଲେ ସେମାନଙ୍କ ଦାବି ପ୍ରତି ବିଚାର ନକରି ପୋଲିସ ଦ୍ୱାରା କମ୍ପାନୀ ଚାଷୀଙ୍କ ଉପରେ ଦମନ ଲୀଳା ଚଳାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କ ସମସ୍ୟାର ସମାଧାନ ନ ହେବା ଯାଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଜମିହରା ଚାଷୀ ନେତା ମାନସରଞ୍ଜନ କର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons