ଝାରସୁଗୁଡା (ବି.ବି.ନ୍ୟୁଜ୍): ଚଳନ୍ତା ଟ୍ରେନରେ ଚଢ଼ିଲା ବେଳେ ଗଳି ପଡିଲେ ଯାତ୍ରୀ। କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ । ଆଜି ହାୱଡ଼ାରୁ ସମ୍ବଲପୁର ଯାଉଥିବା ଜଣେ ଯାତ୍ରୀ ରାଜେଶ ତଲୱାର ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନ୍ ଝାରସୁଗୁଡାରେ ଅଟକିବା ପରେ ତଳକୁ ଓହ୍ଲାଇ ଚା ପିଇବା ପାଇଁ ଯାଇଥିଲେ । ହଠାତ୍ ଟ୍ରେନ୍ ଛାଡ଼ି ଦେବା ପରେ ରାଜେଶ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରିଥିଲେ । ହେଲେ ସେହି ସମୟରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ରେଳ ଧାରଣାରେ ଫସିଯାଇଥିଲେ।
ଟ୍ରେନରେ ରାଜେଶ ଚଢୁଥିବା ବେଳେ ପଡିଯିବା ଦେଖି ବଗି ଭିତରେ ବସିଥିବା ତାଙ୍କ ପତ୍ନୀ ଓ ଝିଅ ପାଟି କରିବାରୁ ଟ୍ରେନରେ ଥିବା ଅରପିଏଫ କର୍ମଚାରୀ ଚେନ୍ ପୁଲିଂ କରି ଟ୍ରେନକୁ ଅଟକାଇଥିଲେ। ପରେ ଆହତ ଅବସ୍ଥାରେ ରେଳ ଧାରଣାରୁ ଆରପିଏଫ କର୍ମଚାରୀ ରାଜେଶଙ୍କୁ ଉଦ୍ଧାର କରି ସେହି ଟ୍ରେନରେ ସମ୍ବଲପୁର ପଠାଇଥିଲେ।
ସମ୍ବଲପୁର ରେଳ ଅଧିକାରୀ ରାଜେଶଙ୍କୁ ପରିବାର ସହ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ଦେଇଥିବା ବେଳେ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।
Comments are closed, but trackbacks and pingbacks are open.