ମେଡିକାଲ୍ ଯିବାକୁ ଗାଡ଼ି ନପାଇ ରାସ୍ତାକଡ଼ରେ ଛଟପଟ ହେଲେ ମହିଳା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଫୋନ୍ କଲ୍ ପାଇ ଆମ୍ବୁଲାନ୍ସ ଆସିଲା । ହେଲେ କଣ୍ଟେନ୍ମେଣ୍ଟ୍ ଜୋନ୍ ହୋଇଥିବାରୁ ଉକ୍ତ ଅଞ୍ଚଳର ରୋଗୀଙ୍କୁ ନନେଇ ଫେରି ଚାଲିଗଲା । ଫଳରେ ଦୀର୍ଘ ସମୟ ରାସ୍ତା କଡ଼ରେ ଛଟପଟ ହେଲେ ଜଣେ ମହିଳା । କେନ୍ଦ୍ରାପଡ଼ା ସହର ଉପକଣ୍ଠ ଡେରାବିଶ ବ୍ଲକ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆ ଗ୍ରାମରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା । କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଆମ୍ୱୁଲାନ୍ସ ପ୍ରବେଶ ଲାଗି କୌଣସି କଟକଣା ନଥିବା ବେଳେ କେଉଁ ପରିସ୍ଥିତିରେ ଆମ୍ୱୁଲାନ୍ସ ରୋଗୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନେଇପାରିବନି ବୋଲି ମନା କଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁସାରେ, କେଉଟକଣ୍ଡିଆ ଗ୍ରାମରେ ମା’ଙ୍କ ସହ ରହନ୍ତି ଘୁଙ୍ଗୁର ବେହେରା । ଘରେ କେହି ପୁରୁଷ ସଦସ୍ୟ ନଥିବା ବେଳେ ସ୍ୱାମୀଙ୍କ ମୃତୁ୍ୟ ପରେ ସେ ମା’ଙ୍କ ସହ ଏଠାରେ ସ୍ଥାୟୀ ଭାବେ ରହି ଆସୁଛନ୍ତି । ଘୁଙ୍ଗୁରଙ୍କର ପୂର୍ବରୁ ମେରୁଦଣ୍ଡ ଜନିତ ସମସ୍ୟା ରହିଛି । ନିକଟରେ ଗ୍ରାମର ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପୂରା ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍‍ ଘୋଷଣା କରିବା ସହ ପରେ ସିଲ୍‍ କରି ଦେଇଥିଲା । କରୋନା ଗୋÂୀ ସଂକ୍ରମଣ ଆଶଙ୍କାରେ ଗାଁରେ ସମସ୍ତେ ଭୟଭୀୟ ହୋଇ ଏବେ ରହିଛନ୍ତି । ଏପରି ସମୟରେ ଘୁଙ୍ଗୁରଙ୍କର ଆଜି ମେରୁଦଣ୍ଡ ଜନିତ ଯନ୍ତ୍ରଣା ବଢ଼ିଯିବାରୁ ତ+ାଳ ଉପଚାର ଆବଶ୍ୟକ ହୋଇପଡ଼ିଥିଲା । ମେଡିକାଲକୁ ଯିବା ନିତାନ୍ତ ଆବଶ୍ୟକ ଥିବା ବେଳେ ସେ ୧୦୮କୁ ଫୋନ୍ କରି ଜଣାଇଥିଲେ । ଫୋନ୍ କଲ୍ ପାଇ ୧୦୮ ଆମ୍ୱୁଲାନ୍ସ ଆସିଥିଲା, ହେଲେ ଗାଁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା ହୋଇଥିବାରୁ ତାଙ୍କୁ ନେବାକୁ ରୋକ୍ଠୋକ୍‍ ମନା କରିଦେଇଥିଲା । ଆମ୍ୱୁଲାନ୍ସ ଫେରିବା ପରେ ଘୁଙ୍ଗୁର ତାଙ୍କ ମା’ଙ୍କ ସହ ବାହାରକୁ ଚାଲିଆସିଥିଲେ କାହାଠୁ ସହଯୋଗ ମିଳିଯିବ ବୋଲି । ହେଲେ ସେତିକି ବି ହେଲାନି । ରାସ୍ତାକଡ଼ରେ ପଡ଼ିରହି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଅଟୋ, ରିrା, ଅବା ଟାrି କେହି ନେବାକୁ ରାଜି ହୋଇନଥିଲେ । ବିଳମ୍ବିତ ସନ୍ଧ୍ୟା ଯାଏ ରାସ୍ତାକଡ଼ରେ ଘୁଙ୍ଗୁର ପଡ଼ିରହିଥିବା ବେଳେ ତାଙ୍କ ନିକଟରେ ତାଙ୍କ ମା’ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ସେ ବାଧ୍ୟହୋଇ ଘରକୁ ଫେରି ଯାଇଥିଲେ ।
୧୦୮ ଆମ୍ୱୁଲାନ୍ସ କଲ୍ ପାଇ ଗ୍ରାମକୁ ଆସିବା ପରେ ମଧ୍ୟ ରୋଗୀଙ୍କୁ ନନେଇ ଫେରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଖେଳାଇଛି । ଯଦି ପ୍ରଶାସନ ଗାଁକୁ ସିଲ୍‍ କଲା ତା’ହେଲେ ମେଡିକାଲକୁ ଯିବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କଲାନି କେମିତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଏ ବାବଦରେ ପଚାରିବାରେ ସେ କହିଛନ୍ତି କି’ ଏମିତି ଆଦୌ ହେବା କଥା ନୁହେଁ । ତଦନ୍ତ କରି ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons