ମୋଟୁ ଚେକ୍ ପୋଷ୍ଟ ଦେଇ ଫେରିଲେଣି ୨୪୮୨୬ ପ୍ରବାସୀ ଶ୍ରମିକ

Get real time updates directly on you device, subscribe now.

ମାଲକାନଗିରି: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଜାରି ରହିଛି । ତେବେ ଏହି ସମୟରେ ଅନେକ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଛନ୍ତି । ଗତ ୮ ତାରିଖ ସୁଦ୍ଧା ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ଚେକ୍ ପୋଷ୍ଟ୍ ଦେଇ ୨୪୮୨୬ ଜଣ ପ୍ରବାସୀ ଶରମିକ ଫେରିଥିବା ଜଣାପଡିଛି । ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାରୁ ପ୍ରବାସୀ ଶ୍ରମିକମାନେ ବହୁତ ହଇରାଣ ହେଉଥିବା ଦେଖାଯାଇଛି । ଶ୍ରମିକମାନେ ଭଡା ଗାଡ଼ି କରି ଫେରୁଛନ୍ତି । ତେବେ ଏହି ଗାଡ଼ିଗୁଡିକ ଭଡ଼ା ନେଉଥିବା ଅଭିଯୋଗ ହେଉଛି ।
ମାଲକାନଗିରି ଜିଲ୍ଲା ମୋଟୁ ଚେକ୍ ପୋଷ୍ଟ୍ ଦେଇ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ରାଜ୍ୟରୁ ପ୍ରତିଦିନ ଶତାଧିକ ପ୍ରବାସୀ ଶ୍ରମିକ ଫେରୁଛନ୍ତି । କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ହେଉଥିବା ବେଳେ ଲୋକେ ଜୀବନ ବଞ୍ଚାଇବା ପାଇଁ କାମ ଛାଡ଼ି ଚାଲି ଆସୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘରବାହୁଡା ଶ୍ରମିକମାନଙ୍କ ପାଇଁ ମୋଟୁ ଚେକ୍ ପୋଷ୍ଟ୍ରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ୮ ତାରିଖ ସୁଦ୍ଧା ୨୪୮୨୬ ଜଣ ଶ୍ରମିକ ଫେରଛନ୍ତି । ଏମାନଙ୍କ ମଧ୍ୟରୁ ୧୦୭୪୧ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ୧୨୭୮୮ ଜଣ ଅନ୍ୟ ଜିଲ୍ଲାର ଓ ୧୨୯୭ ଜଣ ଅନ୍ୟ ରାଜ୍ୟର ଲୋକ ବୋଲି ଜଣାପଡିଛି । ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅସ୍ଥାୟୀ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର, କ୍ୱାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । ମାଲକାନଗିରି ପୌରପରିଷଦ ସହ ୭ଟି ବ୍ଲକର କୋଭିଡ୍ ଆକ୍ରାନ୍ତଙ୍କ ନିମନ୍ତେ ୮ଟି ସ୍ୱତନ୍ତ୍ର ଆମ୍ୱୁଲାନ୍ସର ବ୍ୟବସ୍ଥା ହୋଇଛି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ୭୨ ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ ନେଗେଟିଭ୍ ରିପୋର୍ଟ କିମ୍ୱା କୋଭିଡ ଦ୍ୱିତୀୟ ଡୋଜ୍ ଟିକାର ସାର୍ଟିଫିକେଟ୍ ଦେଖି ସୋମାନଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି । କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗୃହ ସଂଘରୋଧ, ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି) କିମ୍ୱା ସିଏଲଟିଏମସିରେ ରଖିବା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟେ୍ରାଲ ରୁମ୍ ଖୋଲାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons