ମୋବାଇଲ ଗେମ ହେଲା କାଳ : ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ସୋର: କାଳକୁ ଡାକିଲା ମୋବାଇଲ ଗେମ୍ । ଘରେ ପିଲା ମୋବାଇଲରେ ଗେମ୍ ଖେଲୁଥିଲା । ପରିବାରବର୍ଗ ତାଗିଦ କରିବାରୁ ଜନୈକ ନାବାଳକ ବେକରେ ଗାମୁଛା ବାନ୍ଧି ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରଛି । ଏ ଦୁଃଖଦ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ସୋର ଥାନା ଅନ୍ତର୍ଗତ କୁରୁଡ଼ା ଗ୍ରାମର ସୁଶାନ୍ତ ହୋତାଙ୍କ ପୁଅ ଦିବ୍ୟରଞ୍ଜନ (୧୫) ଦଶମ ଶ୍ରେଣୀରେ ଅଧ୍ୟୟନ କରେ । ଶନିବାର ମଧ୍ୟାହ୍ନରେ ବାପାଙ୍କ ମୋବାଇଲରେ ଗେମ ଖେଳୁଥିବା ବେଳେ ବାପା ସୁଶାନ୍ତ ମୋବାଇଲରେ ମାରାତ୍ମକ ଗେମ ନଖେଲିବାକୁ ତାଗିଦ କରିଥିଲେ । ସୁଶାନ୍ତ ପୁଅକୁ ତାଗିଦ୍ କରିବାରୁ ଦିବ୍ୟରଞ୍ଜନ ଶୋଇବା ଘରେ ବେକରେ ଗାମୁଛାକୁ ବାନ୍ଧି ଫ୍ୟାନ୍ରେ ଝୁଲିପଡ଼ିଥିଲା । ପରିବାରବର୍ଗ ପୁଅକୁ ଖୋଜାଖୋଜି କରି ନପାଇବାରୁ ଶୋଇବା ଘରେ ବେକରେ ଦିବ୍ୟରଞ୍ଜନ ଏକ ଗାମୁଛାକୁ ରଶି ରୂପେ ବେକରେ ବାନ୍ଧି ଫ୍ୟାନ୍ରେ ଝୁଲୁଥିବାର ଦେଖିଥିଲେ । ପରିବାରବର୍ଗ ଅନନ୍ତପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଅନନ୍ତପୁର ଫାଣ୍ଡି ଅଧିକାରୀ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି । ଏ ବାବଦରେ ଅପମୃତୁ୍ୟ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଜାରି ରହିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons