ମୋ ଚାଉଳ, ଟଙ୍କା ନେଇଯାଉଛନ୍ତି ବାପା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ମା’ ଆରପାରିକୁ ଚାଲିଯିବା ପରେ ଦ୍ୱିତୀୟ ବିବାହ କରିଛନ୍ତି ବାପା । ତେବେ, ନିଜ ଜନ୍ମିତ ଝିଅକୁ ହତାଦର କରୁଛନ୍ତି । ଦାଦାଙ୍କ ପାଖରେ ରହୁଥିବା ମାତୃହରା କୁନି ଝିଅଟିର ମଧ୍ୟାହ୍ନ ଭୋଜନ ଓ ଅନ୍ୟ ଖର୍ଚ୍ଚ ବାବଦକୁ ମିଳୁଥିବା ଟଙ୍କା, ଚାଉଳ ସବୁ ବାପା ଓ ସାବତ ମା’ ନେଇଯାଉଛନ୍ତି । ଝିଅକୁ ଅବହେଳା କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆଜି ସିଧାସଳଖ ଏଭଳି ଫେରାଦ୍ ହୋଇଛି ନିଜେ ୧୧ ବର୍ଷର ଝିଅ । ଦୀର୍ଘ ୧୦ କିଲୋମିଟର ବାଟ ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବା ପାଇଁ ଝିଅଟି ନିବେଦନ କରିଛି । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ।
ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦୁମୁକା ଗ୍ରାମର ସୁଶ୍ରୀ ସଙ୍ଗୀତା ସେଠୀ ଦୁମୁକା ବିଦ୍ୟାପୀଠରେ ଷÂ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଦୁଇ ବର୍ଷ ଆଗରୁ ତାଙ୍କ ମା’ଙ୍କର ଅକାଳ ମୃତୁ୍ୟ ହେବା ପରେ ବାପା ରମେଶ ଚନ୍ଦ୍ର ସେଠୀ ପୁନଃବିବାହ କରିଥିଲେ । ପୁନଃବିବାହ ପରେ ବାପା ଓ ସାବତ ମା’ ତାଙ୍କ ଦେଖାଶୁଣା କରିବାକୁ ମନା କରିବାରୁ ସେ ତାଙ୍କ ଦାଦାଙ୍କ ଘରେ ରହିଆସୁଛନ୍ତି ।
ସଙ୍ଗୀତାଙ୍କ ଅଭିଯୋଗପତ୍ରରେ ଦର୍ଶାଯାଇଛି, କୋଭିଡ୍‍ ସମୟରେ ସ୍କୁଲ ବନ୍ଦ ରହିବାରୁ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଚାଉଳ ଯୋଗାଇ ଦେଇଥିଲେ । ଏଥିଲାଗି କୁପନ ବ୍ୟବସ୍ଥା କରିବା ସହ କୁପନକୁ ଦେଖାଇ ଛାତ୍ରାଭିଭାବକମାନେ ସ୍ଥାନୀୟ ଡିଲରଙ୍କ ପାଖରୁ ଚାଉଳ ସଂଗ୍ରହ କରୁଛନ୍ତି । ତା’ ବାଦ୍ ଅନ୍ୟାନ୍ୟ ସାମଗ୍ରୀ ଓ ରୋଷେଇ ବାବଦକୁ ଛାତ୍ର ଓ ଅଭିଭାବକଙ୍କ ଜମାଖାତାରେ ଅର୍ଥ ଜମା କରିଥିଲେ । ଯେମିତି ପୁଷ୍ଟିକର ଖାଦ୍ୟ ଖାଇବାରେ କିଛି ଅସୁବିଧା ନହୁଏ । ସଙ୍ଗୀତାଙ୍କ କହିବା କଥା, ଯଦିଓ ତାଙ୍କ ନାଁରେ ବ୍ୟାଙ୍କରେ ଜମାଖାତା ଅଛି, ହେଲେ କର୍ତ୍ତୃପକ୍ଷ ଏ ବାବଦକୁ ଟଙ୍କା ତାଙ୍କ ବାପାଙ୍କ ଜମାଖାତାରେ ଭରୁଛନ୍ତି । ଆଉ ତାଙ୍କ ବାପା ଏ ଟଙ୍କା ତାଙ୍କୁ ଦେବାକୁ ମନା କରୁଛନ୍ତି । ପୁଣି ଝିଅକୁ ମିଳୁଥିବା ଚାଉଳ ବାପା ନେଇଯାଉଥିବା ସଙ୍ଗୀତା ଅଭିଯୋଗ ଆଣିଛନ୍ତି ।
ଜିଲ୍ଲାପାଳ ଏ ସମସ୍ତ ଘଟଣା ବାବଦରେ ଅବଗତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ଦିଗରେ ତକ୍ରାଳ କାର୍ଯ୍ୟାନୁÂାନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସଙ୍ଗୀତାଙ୍କ ଜମାଖାତାରେ ମଧ୍ୟାହ୍ନଭୋଜନ ବାବଦକୁ ଅର୍ଥ ଭରିବା ସହିତ ଯେଉଁ ଅର୍ଥ ତାଙ୍କ ବାପା ନେଇଯାଇଛନ୍ତି ତାହାକୁ ତୁରନ୍ତ ଆଦାୟ କରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ଡିଇଓ ସଞ୍ଜୀବ କୁମାର ସିଂହଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଛନ୍ତି, ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ଏଣିକି ମଧ୍ୟାହ୍ନଭୋଜନ ବାବଦ ଟଙ୍କା ସଙ୍ଗୀତାଙ୍କ ଜମା ଖାତାରେ ଭରାଯିବ । ତାଙ୍କ ବାପାଙ୍କ ଜମାଖାତାରେ ଯେଉଁ ଟଙ୍କା ଜମା ହୋଇଥିଲା ତାହା ଆଦାୟ କରାଯିବ । ସଙ୍ଗୀତାଙ୍କୁ ଚାଉଳ ମଧ୍ୟ ପ୍ରଦାନ କରାଯିବ । କୋଭିଡ୍‍ ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୧୫୦ ଗ୍ରାମ ଚାଉଳ, ୮ଟଙ୍କା ୧୦ ପଇସା ଲେଖାଏଁ ପ୍ରଦାନ କରାଯାଉଛି । ମାସକୁ ଥରେ ଏ ବାବଦ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ଏଥିରେ ଯେମିତି କିଛି ଖିଲାପ ନହୁଏ ଆମେ ଧ୍ୟାନ ଦେଉଛୁ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଚିଠି କରିଦେଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons