ମୋ ଭାଇ ଯନ୍ତ୍ରଣାରେ କଷ୍ଟ ପାଉଥିଲା, କେହି ଶୁଣିଲେନି

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ମୋ ଭାଇ ଯନ୍ତ୍ରଣାରେ ଛାଟିପିଟି ହେଉଥିଲା । ଯେତେ ମୁଁ ନେହୁରା ହେଲେ ବି କେହି ଶୁଣିଲେନି । ଶେଷରେ ଭାଇ ମରିଗଲା । କୋହଭରା କଣ୍ଠରେ ଆଜି ଜଣେ ଭଉଣୀ ତାଙ୍କ ଭାଇଙ୍କ ମୃତୁ୍ୟରେ ଏହା କହିଛନ୍ତି ।
ମାଲଗୋଦାମ ନିବାସୀ ହରିଶ ଚନ୍ଦ୍ର କେରିଆ କଣ୍ଠିଆ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ମଧ୍ୟାହ୍ନ ୧ଟା ସମୟରେ ଆରଜିଏଚ୍ରେ ଭର୍ତ୍ତି କରିଥିଲେ । ସେହି ସମୟରେ କାର୍ଯ୍ୟରତ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇନ୍ଡୋରରେ କାର୍ଯ୍ୟରତ ନର୍ସ ଇଞ୍ଜେକ୍ସନ୍ ଏବଂ ସାଲାଇନ୍ ଦେଇଥିଲେ । କିନ୍ତୁ ହରିଶଙ୍କ ଛାତିରେ ଯନ୍ତ୍ରଣା କମି ନ ଥିଲା । ନମିତା ତାଙ୍କ ଭାଇଙ୍କ ଏପରି ଅବସ୍ଥା ଦେଖି କାର୍ଯ୍ୟରତ ନର୍ସଙ୍କୁ ଡାକିଥିଲେ । କିନ୍ତୁ ନର୍ସ ତାଙ୍କ କଥା ଶୁଣି ନ ଥିଲେ । ଅପରାହ୍ନ ପ୍ରାୟ ୩ଟା ସମୟରେ ହରିଶ ବାନ୍ତି କରିବାକୁ ବାଥରୁମ୍ ଯାଇଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି ବୋଲି ନମିତାଙ୍କୁ କହିଥିଲେ । ନମିତା ପୁନର୍ବାର ଏ ସମ୍ପର୍କରେ ନର୍ସଙ୍କୁ ଜଣାଇବା ସହ ଡାକ୍ତରଙ୍କୁ ଡାକିବାକୁ କହିଥିଲେ । କିନ୍ତୁ କେହି ତାଙ୍କ କଥା ଶୁଣି ନ ଥିଲେ । ଯେତେବେଳେ ହରିଶ ଅଧିକ ଗୁରୁତର ହେଲେ ତାଙ୍କୁ ନର୍ସ ଅକ୍ସିଜେନ୍ ଲଗାଇଲେ । ପ୍ରାୟ ସାଢେ ୪ଟା ସମୟରେ ଡାକ୍ତର ହରିଶଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସି ମୃତ ଘୋଷଣା କଲେ । ଏହି ଘଟଣା ପ୍ରଘଟ ହେବା ପରେ ମାଲଗୋଦାମ ଅଞ୍ଚଳର ଲୋକେ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ଡାକ୍ତରଖାନାରେ ପୁଲିସ୍ ମୁତୟନ ରହିଥିଲେ । କାର୍ଯ୍ୟରତ ଡାକ୍ତର ଏବଂ ନର୍ସଙ୍କ ଅବହେଳା ଯୋଗୁଁ ତାଙ୍କ ଭାଇଙ୍କ ମୃତୁ୍ୟ ହୋଇଛି ବୋଲି ନମିତା ଆରଜିଏଚ୍ ନିଦେ୍ର୍ଧଶକ ଏବଂ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆରଜିଏଚ୍ ନିଦେ୍ର୍ଧଶକ ଡାକ୍ତର ଶଶାଙ୍କ କବିଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗ ପାଇଛି । ଆସନ୍ତାକାଲି କାର୍ଯ୍ୟରତ ୩ଜଣ ଡାକ୍ତର ଓ ନର୍ସଙ୍କୁ ନେଇ ତଦନ୍ତ ପ୍ରକି୍ରୟା ଆରମ୍ଭ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons