ମ୍ୟାଟ୍ରିକ ଖାତା ଦେଖା ସ୍ଥଗିତ: ଗଣଶିକ୍ଷାମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୧ ତାରିଖରୁ ମ୍ୟାଟ୍ରିକ ଖାତା ଦେଖା ହେବ ବୋଲି ସୋମବାର ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ସ୍ଥଗିତ କରି ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ବାତ୍ୟା ଅମ୍ଫାନ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଖାତା ଦେଖା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ପୂର୍ବରୁ ମେ ୨୦ ତାରିଖରୁ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ,ହା ପରେ ଏହାକୁ ୨୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । କରୋନା ଓ ଲକ୍ଡାଉନ୍ ଯୋଗୁ ଏଥର ମ୍ୟାଟ୍ରିକ ଖାତା ଦେଖାରେ ଅହେତୁକ ବିଳମ୍ବ ହୋଇଛି । ଖାତା ଦେଖିବାକୁ ପ୍ରଥମେ ୧୭ ହଜାରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିାବ ବେଳେ ପରେ ଆବଶ୍ୟକତା ଦୃଷ୍ଟିରୁ ଆଉ ୬ ହଜାରଙ୍କୁ ଏହି ଦାୟିତ୍ୱରେ ସାମିଲ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons