ମୟୁରଭଞ୍ଜ: ବାତ୍ୟା ଆମ୍ଫାନ ଧୀରେଧିରେ ତା’ର ରୂପ ଦେଖାଇବା ଆରମ୍ଭ କରିଛି। ଉତ୍ତର ଓଡିଶାର ୫ଟି ଜିଲ୍ଲାରେ ବାତ୍ୟା ତା’ର ପ୍ରଭାବ ଦେଖାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ସମସ୍ତ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରି ସଜାଗ ରହିଛନ୍ତି। ଆଜି ସକାଳ ୯ଟା ଠାରୁ ମୟୁରଭଞ୍ଜ ଜିଲ୍ଲାରେ ଆମ୍ଫାନର ପ୍ରଭାବ ଆରମ୍ଭ ହୋଇଛି। ତେବେ ସମଗ୍ର ଜିଲ୍ଲାରେ ବାତ୍ୟାର ପ୍ରଭାବରେ ପବନର ବେଗ ସାମାନ୍ୟ ପରିବର୍ତ୍ତନ ହୋଇ ୩୫ ରୁ ୪୦କିମି ପର୍ୟ୍ୟନ୍ତ ପହଞ୍ଚିଛି। ତା ସହିତ ବର୍ଷା ମଧ୍ୟ ବଢିବାରେ ଲାଗିଛି। ପୁର୍ବାନୁମାନ ଅନୁସାରେ ମୟୁରଭଞ୍ଜ ଜିଲ୍ଲାରେ ପବନଠାରୁ ବର୍ଷା ବହୁତ ଅଧିକ ହେବାକୁ ଥିବାରୁ ପ୍ରଶାସନ ଯଥେଷ୍ଟ ସମୟ ଆଗରୁ ସଜାଗ ହୋଇଛି। ଜମ୍ଭୀରା, ଖଡଖାଇ, ସୁନ, ଓ କାଳ ଭଳି ଜିଲ୍ଲାର ପ୍ରମୂଖ ନଦୀବନ୍ଧ ଗୁଡିକରୁ ୩ ଦିନ ଆଗରୁ ପାଣି ଛଡାଯାଇ ଜଳଭଣ୍ଡାର ଗୁଡିକର ଜଳଧାରଣର କ୍ଷମତା କୁ ବୃଦ୍ଧି କରାଯାଇଛି। ସେପଟେ ଓଡ୍ରାଫ ର ଗୋଟିଏ ଦଳ ସହିତ ଏନଡିଆରଏଫ୍ ର ଗୋଟିଏ ଦଳ ମଧ୍ୟ କୌଣସି ପରିସ୍ଥିତି ଲାଗି ପ୍ରସ୍ତୁତ ଅଛନ୍ତି। ତେବେ ବର୍ତ୍ତମାନ ବର୍ଷାର ପରିମାଣ ବଢିବାରେ ଲାଗିଛି।
Comments are closed, but trackbacks and pingbacks are open.