ବେତନଟୀ,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ବେତନଟୀ ଆନନ୍ଦ ବଜାର ଅଞ୍ଚଳର ଗଗନ ବିନ୍ଧାଣୀ ପୁରୀ ଜିଲ୍ଲା ସଦର ବ୍ଲକରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଭିଜିଲାନ୍ସର ସୂଚନାକ୍ରମେ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରୁ ଏକ ଟିମ୍ ଗୁରୁବାର ଗଗନ ବିନ୍ଧାଣୀଙ୍କ ବେତନଟୀ ସ୍ଥିତ ପୈତୃକ ବାସଭବନ ଉପରେ ଚଢ଼ଉ କରିଥିଲେ । ଦିନତମାମ ଏହି ଟିମ୍ ଗଗନଙ୍କ ବାସଭବନରେ ଏହାର ଆସବାବପତ୍ର ତଥା ବ୍ୟାଙ୍କ ଆକାଉଣ୍ଟ କାଗଜପତ୍ର ଇତ୍ୟାଦି ଯାଞ୍ଚ କରିଥିଲେ ।ତେବେ ବେତନଟୀ ବାସଭବନରେ କିମ୍ବା ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ସେଭଳି ଅଧିକପରିମାଣର ସମ୍ପତ୍ତି ମିଳିନଥିବା ନେଇ ଛାପା ମାରିବାକୁ ଆସିଥିବା ଭିଜିଲାନ୍ସ ଇନିସ୍ପେକ୍ଟର ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.