ଯାଜପୁର ବ୍ରହ୍ମବରାଦରେ ସଟ୍‌ଡାଉନ୍‌ , ଭଦ୍ରକର ଆଉ ତିନୋଟି ଅଞ୍ଚଳକୁ ବଢିଲା କର୍ଫ୍ୟୁ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିଥିବାରୁ ସରକାର କଟକଣାକୁ ଆହୁରି କଟକଣା କରିଛନ୍ତି । କଟକ,ଭୁବନେଶ୍ୱର,ଭଦ୍ରକରେ ଜାରି ହୋଇଥିବା ୪୮ଘଣ୍ଟିଆ ସଟ୍‌ଡାଉନ୍‌ ବା କର୍ଫ୍ୟୁକୁ ଆହରୁ ବଢାଇଛନ୍ତି । ଶନିବାର ଦିନ ଯାଜପୁରର ବ୍ରହ୍ମବରାଦରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସେହିପରି ପୌରଞ୍ଚଳରେ ଜାରି ହୋଇଥିବା ସଟ୍‌ଡାଉନ୍‌ର ସୀମାକୁ ଆଖପାଖ ତିନୋଟି ଅଞ୍ଚଳକୁ ବଢାଇଦିଆଯାଇଛି ।
ଯାଜପୁରରେ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ବ୍ରହ୍ମବରାଦ ଅଞ୍ଚଳରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଜାରି ହୋଇଛି ।ଏହା ରବିବାର ରାତି ପର୍ୟ୍ୟନ୍ତ ଜାରି ରହିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସଟ୍‌ଡାଉନ୍‌ ଜାରି କରିଛନ୍ତି ।
ଭ୍ରଦକରେ କରୋନା ସଂକ୍ରମିତ ଚିହ୍ନଟକୁ ନେଇ ଜାରି ହୋଇଥିବା ୪୮ଘଣ୍ଟିଆ ସଟ୍‌ଡାଉନ୍‌ ପରିସୀମାକୁ ବଢାଇଦିଆଯାଇଛି । ପୌରାଞ୍ଚଳ ନିକଟସ୍ଥ ଚରମ୍ପା ଗ୍ରାମପଞ୍ଚାୟତ, ଏରେଇ ପଞ୍ଚାୟତ, ଏବଂ ଆରଡି ଛକକୁ ସଟଡାଉନ୍‌ ଏରିଆ ଭିତରେ ସାମିଲ କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେପଟେ ଭଦ୍ରକରେ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟଡାଉନ୍‌ ନିୟମ ଭାଙ୍ଗି ୯ଜଣ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons