ଭଦ୍ରକ: ବସରେ ଚାଲାଣ ହେଉଛି ଗଞ୍ଜେଇ।ପୁଣି ଖାଲି ବସ ନୁହେଁ ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ କାରବାର ହେଉଥିବାର ଖବର ସାମ୍ନାକୁ ଆସିଛି। ସାଧାରଣ ଯାତ୍ରୀଙ୍କ ଭଳି ବ୍ୟାଗରେ ଗଞ୍ଜେଇ କାରବାର କରୁଛନ୍ତି ମାଫିଆ। ବସରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇଜଣଙ୍କୁ ଧରିଛି ଅବକାରୀ ମୋବାଇଲ ଟିମ।
ସୂଚନାଥାଉକି ଭୁବନେଶ୍ବରରୁ ଗଞ୍ଜେଇ ଚାଲାଣ ହେଉଥିବା ଭଦ୍ରକ ଅବକାରୀର ମୋବାଇଲ ଟିମ୍ ସୂଚନା ଦେଇଛନ୍ତି।ଏହି ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ଅଭିଯୁକ୍ତ ଦୁଇଜଣ ହେଲେ ଆର ଆକାଶ ପାତ୍ର ଓ ନିଲି ବିଶ୍ବାସ। ଏକ ବ୍ୟାଗରେ ୧୦ କିଲୋ ଗଞ୍ଜେଇ ଭରି ବାରିପଦା ଅଭିମୁଖେ ଯାଉଥିଲେ।
ଏହି ସଂପର୍କରେ ଖବର ଜାଣିବା ପରେ ଅବକାରୀ ମୋବାଇଲ ଟିମ୍ର ଇନ୍ସପେକ୍ଟର ଖିତିଶ ଦାସ, ସବଇନ୍ସପେକ୍ଟର ଜଗନ୍ନାଥ ମିଶ୍ର ଓ ଏଏସଆଇ ଭାବେଶ ଦାସ ମିଳିତ ଭାବେ ବାରିକପୁର ଛକ ନିକଟରେ ବସକୁ ଅଟକ ରଖିଥିଲେ।ଅଭିଯୁକ୍ତମାନେ ବସରୁ ଓହ୍ଲାଇ ଖସି ଯିବାକୁ ଚେଷ୍ଟା କରିବା ବେଳେ ଅବକାରୀ ବିଭାଗର କର୍ମଚାରୀ ୨ ଜଣଙ୍କୁ କାବୁ କରି ଅଧିକ ତଦନ୍ତ ଚଳାଇଛନ୍ତି।


Comments are closed, but trackbacks and pingbacks are open.