ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା:୫ ହଜାର ଟଙ୍କା ପାଇଁ ମାରିଦେଲେ ମୃତକଙ୍କ ଘର ପଟ୍ଟାମୁଣ୍ଡାଇରେ

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ଖାନନଗର ବେତବିନ୍ଧାଣୀ ସାହିରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ । ହତ୍ୟାର ୪୦ ଦିନରେ ପୁଲିସ ଉଭୟ ମୃତକଙ୍କ ପରିଚୟ ପାଇବା ସହଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନାଅନ୍ତର୍ଗତ ଦାମରାପୁରର ଭଜଗୋବିନ୍ଦ ଶତପଥୀଙ୍କ ପୁଅ ଶୁଭ୍ରାଂଶୁ ଶତପଥୀ(୩୫) । ମାତ୍ର ୫ ହଜାର ଟଙ୍କା ପାଇଁଅଭିଯୁକ୍ତମାନେ ଶୁଭ୍ରାଂଶୁଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାଯାଇଛି ।
ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି ।ଅଭିଯୁକ୍ତମାନେ ହେଲେ ଖାନ୍ନଗର ଗୁରୁ ସାହିର ନିରାକାର ଗୁରୁ(୨୫), ରାଜାବଗିଚା ଲେବର କଲୋନିରେ ରହୁଥିବା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କଣ୍ଟିଲୋର ଗଣେଶ ନାୟକ(୨୧), ଝାଞ୍ଜିରୀମଙ୍ଗଳା ହରିଜନ ସାହିର ବାବୁନା ଓରଫ କିଶନ ନାଏକ(୨୧) ଓ ଖାନ୍ନଗର ବ୍ରାହ୍ମଣସାହିରେ ରହୁଥିବା ଢେଙ୍କାନାଳ ପରଜଙ୍ଗର ଶିବ ଓରଫ ଶିବ ପ୍ରସାଦ ସାହୁ(୨୬) ।ଅଭିଯୁକ୍ତଙ୍କଠାରୁ ଏକଅଟୋ, ୪ଟି ମୋବାଇଲ୍, ହତ୍ୟାକାଣ୍ଡ ଦିନ ପିନ୍ଧିଥିବା ରକ୍ତ ଭିଜା ଡ୍ରେସ୍ ଓ ହତ୍ୟାକାଣ୍ଡ ସ୍ଥଳରୁ ମିଳିଥିବା କିଛି ପଥର ଖଣ୍ଡ ଜବତ ହୋଇଛି ।
ମିଳିଥିବା ସୂଚନାଅନୁସାରେ, ହତ୍ୟାକାଣ୍ଡର ଶିକାର ହୋଇଥିବା ଶୁଭ୍ରାଂଶୁ ଶତପଥୀ ତାଙ୍କର ମାଆଙ୍କୁ ଚିକିତ୍ସା କରାଇବା ପାଇଁ କଟକଆଣିଥିଲେ । ଗତ ଜୁନ୍ ୩୦ ତାରିଖରେ ଶୁଭ୍ରାଂଶୁ ତାଙ୍କ ମାଆଙ୍କୁ କାଠଗୋଲା ସାହିର ଏକ କ୍ଲିନିକ୍ରେ ଚିକିତ୍ସା କରାଇ ବାଦାମବାଡ଼ିରେ ରହୁଥିବା ଭିଣୋଇଙ୍କ ଘରେ ଛାଡ଼ିଦେଇଥିଲେ । ରାତି ପ୍ରାୟ ୯ଟା ହେବ ସେ ସତୀଚୌରା ପାଖକୁ କୌଣସି ଏକ କାମରେ ଯାଇଥିଲେ । ସେଠାରୁ ଫେରିବା ପାଇଁ ସେ ଏକଅଟୋରେ ବସିଲେ । ଗିରଫଅଭିଯୁକ୍ତ ଗଣେଶ ଏହିଅଟୋ ଚଲାଉଥିଲା ବେଳେ ସେଥିରେ କିଶନ ବସିଥିଲା । ତେବେଅଟୋଟି ବାଦାମବାଡ଼ିରେ ପହଞ୍ଚିବା ପରେ ତାଙ୍କୁଅରୁଣୋଦୟ ନଗର ପାଖରେ ଛାଡ଼ିଦେବା ପାଇଁ ଶୁଭ୍ରାଂଶୁଅଟୋ ଚାଳକ ଗଣେଶକୁ କହିଥିଲେ । ଶୁଭ୍ରାଂଶୁଅରୁଣୋଦୟ ମାର୍କେଟ ପାଖରେ ପହଞ୍ଚିବା ପରେ ସେଠାରେ ତାଙ୍କ ବଡ଼ ଭାଇ ଭାସ୍କରଆସି ପହଞ୍ଚିଥିଲେ । ମା’ଙ୍କ ମେଡ଼ିସିନ୍ କିଣି ନେବା ପାଇଁ ଭାସ୍କର ୫ ହଜାର ଟଙ୍କା ଶୁଭ୍ରାଂଶୁଙ୍କୁ ଦେଇଥିଲେ । ଏହି ଟଙ୍କା ଦେଣନେଣ କଥାଅଟୋ ଡ୍ରାଇଭର ଗଣେଶ ଓ କିଶନ ଦେଖିଥିଲେ । ଏହି ଟଙ୍କା ହାତେଇବା ପାଇଁ ସେମାନେ ଯୋଜନା କରି ଶୁଭ୍ରାଂଶଙ୍କୁ ମଦ ପିଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଭ୍ରାଂଶୁ ଏଥିରେ ରାଜି ହୋଇଗଲେ । ପରେ ସେମାନେ ନିକଟ ବେତ ବିନ୍ଧାଣି ସାହିର ଖେଳ ପଡ଼ିଆ ପାଖକୁ ଯାଇ ମଦ ପିଇବାଆରମ୍ଭ କଲେ । କିଛି ସମୟ ଭିତରେ ଗଣେଶ ଓ କିଶନ ତାଙ୍କରଅନ୍ୟ ଦୁଇ ସାଙ୍ଗ ନିରାକାର ଓ ଶିବଙ୍କୁ ସେଠାକୁ ଡକାଇଥିଲେ । ଏହା ପରେ ୫ ଜଣ ମିଶି ମଦ ପିଇଥିଲେ । ରାତି ପ୍ରାୟ ୧୧ଟା ସୁଦ୍ଧାଅଭିଯୁକ୍ତମାନେ ଶୁଭ୍ରାଂଶୁଙ୍କ ପାଖରେ ଥିବା ଟଙ୍କା ମାଗିଥିଲେ । ଏହି ଟଙ୍କାରେଆଉ ମଦଆଣିବାକୁ କହିଥିଲେ । ତେବେ ଶୁଭ୍ରାଂଶୁ ଏଥିରେ ରାଜି ହୋଇନଥିଲେ । ପରେ ଏହାକୁ କେନ୍ଦ୍ର କରି ତାଙ୍କ ସହିତ ୪ଅଭିଯୁକ୍ତଙ୍କର ବଚସା ହୋଇଥିଲା । ଏହି ବଚସା କ୍ରମଶଃ ଜୋରଦାର ପାଟିତୁଣ୍ଡରେ ପରିଣତ ହେଲା । ଏଥିରେ ଉତ୍ତ୍ୟକ୍ତ ହୋଇଅଭିଯୁକ୍ତମାନେ ମିଳିତ ଭାବେ ଶୁଭ୍ରାଂଶୁଙ୍କୁଆକ୍ରମଣ କରିଥିଲେ । ଏହି ସମୟରେଅଭିଯୁକ୍ତ ନିରାକାର ଏକ ପଥରଆଣି ଶୁଭ୍ରାଂଶୁଙ୍କୁ ବାରମ୍ବାର ଛେଚିବାକୁ ଲାଗିଲା । ଫଳରେ ଘଟଣା ସ୍ଥଳରେ ଶୁଭ୍ରାଂଶୁଙ୍କର ମୃତ୍ୟୁ ହୋଇଗଲା । ଶୁଭ୍ରାଂଶୁ ମରିଯିବା ପରେଅଭିଯୁକ୍ତମାନେ ତାଙ୍କଠାରୁ ସମସ୍ତ ଟଙ୍କା, ମୋବାଇଲ୍ ଓଅନ୍ୟାନ୍ୟ ଜିନିଷ ନେଇ ପଳାଇଥିଲେ । ତେବେ ଯିବା ପୂର୍ବରୁ ଶୁଭ୍ରାଂଶୁଙ୍କ ପରିଚୟ ଲୁଚାଇବା ପାଇଁଅଭିଯୁକ୍ତମାନେ ପଥରରେ ମୁହଁକୁ ଛେଚି ନଷ୍ଟ କରିଦେଇଥିଲେ ।
ହତ୍ୟାକାଣ୍ଡର ପରଦିନ ଶୁଭ୍ରାଂଶୁଙ୍କ ମୃତଦେହ ପୁଲିସ ପାଇଲା । ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କ ପରିଚୟ ଜଣାପଡ଼ିଲାନି । ଏପରିକି ବିଭିନ୍ନ ଜିଲ୍ଲାକୁ ପୁଲିସ ଟିମ୍ ଯାଇ ମଧ୍ୟ ନିରାଶ ହୋଇ ଫେରିଲା । ଶେଷରେ ଗତ ଜୁଲାଇ ୨୩ ତାରିଖରେ ଶୁଭ୍ରାଂଶୁଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ନିଖୋଜ ନେଇ ମାମଲା ଦାୟର କରିବାରୁ ବାଦାମବାଡ଼ି ପୁଲିସ ତାଙ୍କର ପରିଚୟ ଜାଣିବାରେ ସଫଳ ହେଲା । ତେବେ କେଉଁମାନେ ଶୁଭ୍ରାଂଶୁଙ୍କୁ ହତ୍ୟା କରିଛନ୍ତି ତାହା ଜାଣିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ସେହି ରାତିର ଘଟଣା ସ୍ଥଳରେଆକ୍ଟିଭ ଥିବା ହଜାର ହଜାର ମୋବାଇଲ୍ ନମ୍ବରକୁ ଗୋଟିଏ ପରେ ଗୋଟିଏ ସ୍କାନ୍ କରିବାରୁ ପୁଲିସ ପ୍ରକୃତଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଥିଲା । ତେବେ ତିନି ଜଣଅଭିଯୁକ୍ତଙ୍କୁ ପୁଲିସ କଟକରୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ବସ୍ କଣ୍ଡକ୍ଟର ଭାବେ କାମ କରୁଥିବା ଶିବକୁ କଟକ ପୁଲିସ ବଲାଙ୍ଗୀରରୁ ଗିରଫ କରିଥିଲା ବୋଲିଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପିଅଖିଳେଶ୍ୱର ସିଂହ ଓ ବାଦାମବାଡ଼ି ଥାନାଅଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ ସୂଚନା ଦେଇଛନ୍ତି । ଗିରଫଅଭିଯୁକ୍ତଙ୍କ ମଧ୍ୟରୁ ନିରାକାର ଜଣେ ପେସାଦାରଅପରାଧୀ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons