ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ!

Get real time updates directly on you device, subscribe now.

ଜଗତସିଂହପୁର: ପ୍ରଥମେ ଅପହରଣ । ପରେ ଦୁଷ୍କର୍ମ । ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କୁ ଘରୁ ଉଠାଇ ନେବା ପରେ ଭୁବନେଶ୍ୱର ପଟିଆର ଏକ ଘରେ ୧୫ ଦିନ ରଖି କରାଗଲା ଦୁଷ୍କର୍ମ । ଅସହ୍ୟ ନିର୍ୟାତନାର ଶିକାର ହେଲେ ପୀଡିତା । ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ ଜଗତସିଂହପୁର ପୋଲିସ ଆକ୍ସନ ନେଇଛି। ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି ।
ସୂଚନାନୁସାରେ, ଗତ ସେପ୍ଟେମ୍ବର ମାସରେ ଯୁବତୀଙ୍କୁ ଜଗତସିଂହପୁରରେ ଆଣି ଛାଡ଼ିଦେଇଥିଲେ ମଧ୍ୟ ତାଙ୍କର ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ଧମକ ଦିଆଯାଇଥିଲା । କିଛି ଷ୍ଟାମ୍ପ୍‌ ପେପରରେ ତାଙ୍କଠାରୁ ଦସ୍ତଖତ ବି ନିଆଯାଇଥିଲା । ଅଶ୍ଲୀଳ ଫଟୋ ଦେଖାଇ ୫ ଲକ୍ଷ ଟଙ୍କା ଆଣିବାକୁ କୁହାଯାଇଥିଲା । ଟଙ୍କା ନଆଣିଲେ ଫଟୋ ଭାଇରାଲ୍‌ କରିବା ସହ ପରିବାରକୁ ମାରିଦେବାର ଧମକ ଦିଆଯାଇଥିଲା । ଅଭିଯୁକ୍ତ କବଳରୁ ଖସି ଜଗତସିଂହପୁର ଥାନାରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଅଭିଯୋଗ ପରେ ପୋଲିସ ତୁରନ୍ତ ଆକ୍ସନ ନେଇ ଡିଙ୍ଗେଶ୍ୱର ଗ୍ରାମର ଆଲୋକ ଦାସକୁ ଗିରଫ କରିଛି ।
୨୦୨୦ ମସିହା ଅଗଷ୍ଟ ମାସ ୧୭ ତାରିଖ । ଏହି ଦିନ ବିଳମ୍ବିତ ରାତିରେ ଡିଙ୍ଗେଶ୍ୱର ଗ୍ରାମର ଆଲୋକ ଦାସ ନିଜର ଦୁଇ ଜଣ ସହଯୋଗୀଙ୍କ ସହାୟତାରେ ଜଗତସିଂହପୁର ଥାନା ଅଞ୍ଚଳର ସଂପୃକ୍ତ ଯୁବତୀଙ୍କୁ ତାଙ୍କ ଘରୁ ଅପହରଣ କରିନେଇଥିଲେ। ଏମାନେ ଛୁରି ଓ ଭୁଜାଲି ଦେଖାଇ ବାଇକ୍‌ରେ ଯୁବତୀଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଯାଇଥିଲେ । ପରେ ଆଲୋକ ଭୁବନେଶ୍ୱରର ପଟିଆରେ ଥିବା ଏକ ଘଡାଘରେ ଯୁବତୀଙ୍କୁ ୧୫ ଦିନ ଧରି ରଖି ଦୁଷ୍କର୍ମ କରିଥିଲା । ସେଠାରୁ ଫେରିବା ପରେ ଆଲୋକ ସଂପୃକ୍ତ ଯୁବତୀଙ୍କୁ ନିଜ ଘରେ ରଖାଇ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲା ।
୨୦୨୦ ମସିହା ଡିସେମ୍ବର ମାସ ୨୦ ତାରିଖରେ ନିଜ ଘରକୁ ଫୋନ୍‌ କରିଥିଲେ ସଂପକ୍ତା ଯୁବତୀ । ଝିଅର ଖୋଜ ଖବର ପାଇ ତା’ ପରଦିନ ମା’ ଓ ମାମୁ ଥାନାକୁ ସବିଶେଷ ସୂଚନା ଜଣାଇ ଡିଙ୍ଗେଶ୍ୱର ଆସିଥିଲେ । ହେଲେ ଅଶ୍ଳୀଳ ଫଟୋକୁ ଭାଇରାଲ୍ କରିବା ସହ ପୂରା ପରିବାରକୁ ଶେଷ କରିଦେବାର ଧମକ ଦେଇଥିଲା ଆଲୋକ । ତେଣୁ ପରିବାରର ଇଜ୍ଜତ ଓ ନିଜ ଜୀବନ ପ୍ରତି ବିପଦ ରହୁଥିବାରୁ ଯୁବତୀ ସେଦିନ ନିଜ ମା’ ଓ ମାମୁଙ୍କ ସହ ଘରକୁ ଫେରିବାକୁ ରାଜି ହୋଇ ନଥିଲେ । ଆଲୋକର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଥିବା ଯୁବତୀଜଣଙ୍କ ଗତ ୨୪ ତାରିଖ ସନ୍ଧ୍ୟା ୭ଟାରେ ଜଣେ ଅନ୍ୟ ଲୋକଙ୍କ ମୋବାଇଲ ଫୋନ୍‌ରେ ନିଜ ମା’ଙ୍କୁ ଯୋଗାଯୋଗ କରିଥିଲେ । ଝିଅର ଜୀବନ ପ୍ରତି ବିପଦ ଥିବାରୁ ମା’ ତୁରନ୍ତ ଡିଙ୍ଗେଶ୍ୱର ଯାଇଥିଲେ ଏବଂ ଝିଅକୁ ଉଦ୍ଧାର କରିଥିଲେ । ଆଲୋକଙ୍କ କବଳରୁ ମୁକୁଳିବା ପରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ପୀଡ଼ିତା ।‌ ତେବେ ଅଭିଯୋଗ ଆଧାରରେ ପୋଲିସ ଆଲୋକଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons