ଯୁବତୀଙ୍କ ବେକରୁ ସୁନାଚେନ୍ ଲୁଟ୍ କରି ଫସିଲା ଲୁଟେରା : ଛେଚା ଖାଇଲା, ଜେଲ୍ ଗଲା

Get real time updates directly on you device, subscribe now.

ଉଦଳା,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଦିନକୁ ଦିନ ଚୋରି, ଡକାୟତି ଏବଂ ରାହାଜାନୀ ବଢିବାରେ ଲାଗିଛି । ଗତ ଦୁଇ ସପ୍ତାହ ମଧ୍ୟରେ ୫ଟି ସ୍ଥାନରୁ ଚୋରି ହୋଇଥିବା ବେଳେ ପୁଣି ଗୁରୁବାର ସନ୍ଧ୍ୟାରେ ଜଣେ ଯୁବତୀ ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖି ତାଙ୍କ ବେକରୁ ସୁନାଚେନ୍ ଲୁଟ୍ ଉଦ୍ୟମ ହୋଇଛି । ସୁନାଚେନ୍ ଲୁଟ୍ ଉଦ୍ୟମ କରି ଫଶିଯାଇଛି ଲୁଟେରା ଏବଂ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡ଼ି ନିର୍ଘାତ ମାଡ଼ ଖାଇଛି । ଲୁଟ୍ର ଶିକାର ହୋଇଥିବା ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ । ଯୁବତୀଙ୍କ ଏତଲା ଅନୁଯାୟୀ ଲୁଟେରାକୁ ପୁଲିସ୍ ଗିରଫ କରିବା ସହିତ ଆଜି କୋର୍ଟଚାଲାଣ କରାଯାଇଛି । ଲୁଟେରା ଜଣକ ହେଲେ ସ୍ଥାନୀୟ ଥାନା ରାଢୋ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର କପିଳେଶ୍ୱର ହେମ୍ବମ୍(୨୮) ।
ଅଭିଯୋଗ ଅନୁସାରେ, ଜନୈକ ଯୁବତୀ ବଜାରରୁ ଆଳୁ କିଣିବା ପରେ ଚାଲି ଚାଲି ଉଦଳା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖ ରାସ୍ତାରେ ଯାଉଥିଲା । ଏହି ସମୟରେ ପଛରୁ ଲୁଟେରା ଜଣକ ଆସି ଯୁବତୀଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ସେଠାରୁ ଖସି ଯାଉଥିଲା । ଯୁବତୀ ଜଣକ ପାଟି କରିବା ପରେ ସ୍ଥାନୀୟ ଲୋକେ ଲୁଟେରାର ପିଛା କରିଥିଲେ । ଲୁଟେରା ଜଣକ ଉଦଳା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଥିବା ପାଚେରି ଡେଇଁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ କାବୁ କରି ନେଇଥିଲେ ସ୍ଥାନୀୟ ଲୋକେ । ପରେ ସ୍ଥାନୀୟ ଲୋକେ ଲୁଟେରାକୁ ନିର୍ଘାତ୍ ମାଡ଼ ମାରିଥିଲେ । ଅନ୍ୟପଟେ ଖବର ପାଇ ଉଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଉଦ୍ଧାର କରି ଥାନାକୁ ଆଣିଥିଲା । ପଚରାଉଚରା ପରେ ଲୁଟେରା ଜଣକ ଯୁବତୀଙ୍କ ବେକରୁ ଲୁଟ୍ କରିଥିବା ସୁନାଚେନ୍କୁ ଡାକବଙ୍ଗଳା ପରିସରରେ ପକାଇଥିବା ପ୍ରକାଶ କରିଥିଲା । ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଜାମ୍ବବତୀ ପଟାୟତ ନିଜର ଟିମ୍ ଏବଂ ଯୁବତୀଙ୍କ ପରିବାର ଲୋକଙ୍କ ସହାୟତାରେ ଖୋଜାଖୋଜି କରିବା ପରେ ସୁନାଚେନ୍ଟିକୁ ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons