ରକ୍ତରେ ଭିଜିଲା ଅନ୍ତୁଳିଆ ଛକ:ଛୁରୀ ଭୁସି ବିଜେପି ନେତାଙ୍କୁ ହତ୍ୟା

Get real time updates directly on you device, subscribe now.

ପାଇକସାହି,(ବି.ବି.ନୁ୍ୟଜ୍): ଜମିଜମା ବିବାଦକୁ କେନ୍ଦ୍ର କରି ଅନୁଗୁଳ ବ୍ଲକ୍ ତଥା ପୁରୁଣାକୋଟ ଥାନା ଅନ୍ତୁଳିଆ ଛକରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଆଜି ରାତି ପ୍ରାୟ ୮ଟା ବେଳେ ଅନ୍ତୁଳିଆ ଗ୍ରାମର ଜଣେ ବୃଦ୍ଧଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବୃଦ୍ଧ ହେଲେ ଅନ୍ତୁଳିଆ ଗ୍ରାମର ଜଗବନ୍ଧୁ ବେହେରା(୫୫) । ଛକରେ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ି ରହିଥିବା ବେଳେ ଶେଷ ଖବର ସୁଦ୍ଧା ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚିନାହିଁ । ମୃତ ଜଗବନ୍ଧୁ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଥିଲେ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଜଗବନ୍ଧୁ ଓ ସଦାନନ୍ଦ ଗଡ଼ନାୟକ (୪୦)ଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଜମିବାଡିକୁ ନେଇ ବିବାଦ ଲାଗି ରହିଛି । ଏମିତିକି ଉଭୟ ଏ ନେଇ ଅନେକବାର ପୁଲିସର ଦ୍ୱାରସ୍ଥ ହୋଇଥିଲେ । ୫ ଦିନ ତଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ବେଳେ ଆଜି ଦିନ ୧୨ଟା ବେଳେ ଦୁହେଁ ଯୁକ୍ତିତର୍କ କରିଥିଲେ । ତେବେ ଜଗବନ୍ଧୁ ଜଣେ ବିଜେପି ନେତା, ପ୍ରତିଦିନ ସନ୍ଧ୍ୟାରେ ଘରୁ ଅନ୍ତୁଳିଆ ଛକକୁ ବୁଲିବାକୁ ଆସିଥାନ୍ତି । ସେହିକ୍ରମରେ ଆଜି ରାତି ପ୍ରାୟ ୮ଟା ବେଳେ ସେ ଛକରେ ବୁଲାବୁଲି କରୁଥିବା ବେଳେ ଛକି ରହିଥିବା ସଦାନନ୍ଦ ତାଙ୍କୁ ଧାରୁଆ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲା । ଜଗବନ୍ଧୁଙ୍କ ପେଟକୁ ବାରମ୍ବାର ଭୁସିଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଜଗବନ୍ଧୁଙ୍କ ଚିକ୍ରାର ଶୁଣି କିଛି ଲୋକ ରାସ୍ତାକୁ ବାହାରି ଆସିଥିଲେ । ଲୋକଙ୍କୁ ଦେଖି ସଦାନନ୍ଦ ପାଖ ଜଙ୍ଗଲ ଦେଇ ଫେରାର୍ ହୋଇଯାଇଥିଲା । ଘଟଣାସ୍ଥଳରେ ଛଟ ପଟ ହୋଇ ଜଗବନ୍ଧୁଙ୍କ ପ୍ରାଣ ଯାଇଥିଲା । ରାତି ୧୦ଟା ସୁଦ୍ଧା ରିପୋର୍ଟ୍ ଲେଖଶଯିବା ବେଳକୁ ଜଗବନ୍ଧୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଛକରେ ପଡ଼ିରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons