ପୁରୀ,(ବି.ବି.ନୁ୍ୟଜ୍): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଏକ ସପ୍ତାହ ରହିଲା । ପ୍ରତିବର୍ଷ ଏହି ସମୟରେ ଦେଶବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟୁଥିବା ବେଳେଏବେ ସବୁ ଖାଁ ଖାଁ । ଏଯାଏ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗି ରହିଛି । ରଥ ଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି । ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ । କିନ୍ତୁ ଏତେ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରଥ ପ୍ରତିÂା ପାଇଁଅନୁମତି ପତ୍ର ଜାରି ହୋଇଥିବାରୁ ରଥଯାତ୍ରା ହେବା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଶା ଉଜ୍ଜିବୀତ ହୋଇଛି । ବରିÂ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣରା ନେଇ ଶୀଘ୍ର ନିଜର ନିଷ୍ପତ୍ତି ଘୋଣୋ କରିବା ଦରକାର । ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଥିବା ସେ କହିଛନ୍ତି । ପୂର୍ବରୁ ବଡ଼ଦାଣ୍ଡରେ ବାଲି ଥିଲା ବୋଲି ହାତୀ ରଥ ଟାଣୁଥିଲେ । ଏବେ ହାତୀ ମିଳୁନାହାନ୍ତି । ତା ହେଲେ ରଥ କିପରି ଟଣାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେ ନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି ।
Comments are closed, but trackbacks and pingbacks are open.