ଭୁବନେଶ୍ବର : ରାଜଧାନୀରୁ ୪ ଲୁଟେରା ଗିରଫ ହୋଇଛନ୍ତି । ୪ ଲୁଟେରାଙ୍କୁ ଗିରଫ କରିଛି କମିଶନଟେର୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଏ ନେଇ ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଗଣେଶ ପୂର୍ତ୍ତି, ସେକ୍ ସଦ୍ଦାମ ହୁସେନ, ମଲାର ନାୟକ ଏବଂ ପ୍ରଦୀପ କୁମାର ସାହୁ ।
ଗିରଫ ଲୁଟେରାଙ୍କ ନିକଟରୁ ଗୋଟିଏ ମାଉଜର, ୩ ରାଉଣ୍ଡ ଗୁଳି, କାର୍, ୪ଟି ବାଇକ୍, ସୁନାଗହଣା ଓ ମାରଣାସ୍ତ୍ର ଜବତ ହୋଇଛି । ଏମାନେ ଶହୀଦନଗର, ବଡଗଡ, ମଞ୍ଚେଶ୍ବର, ଖଣ୍ଡଗିରି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଲୁଟପାଟ୍ କରୁଥିଲେ । ଏମାନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି ।


Comments are closed, but trackbacks and pingbacks are open.