ରାଜଧାନୀରେ ଥମୁନି ବ୍ରାଉନସୁଗର ବେପାର:୨ଲକ୍ଷର ବ୍ରାଉନସୁଗର ଜବତ, ମହିଳା ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀରୁ ପୁଣି ବ୍ରାଉନ୍ସୁଗର ଜବତ ହୋଇଛି । ବ୍ରାଉନ୍ସୁଗର କାରବାରର ପେଣ୍ଠ କୁହାଯାଉଥିବା ହଳଦୀପଡ଼ିଆରୁ କୁଇକ୍ ଆକ୍ସନ୍ ଟିମ୍(କ୍ୟୁଏଟି) ଓ ଲକ୍ଷ୍ମୀସାଗର ଥାନା ପୁଲିସ ଚଢ଼ଉ କରି ଜଣେ ମହିଳାଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୨ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ ହୋଇଛି । ଗିରଫ ମହିଳାଙ୍କ ନାମ କୁନି ସିଂହ(୪୦) । ସ୍ୱାମୀଙ୍କ ନାମ ଦିଲ୍ଲୀପ ସିଂହ । ଘର ହଳଦୀପଡ଼ିଆ ।
ପୁଲିସ ସୂଚନା ଅନୁଯାୟୀ, ହଳଦୀପଡ଼ିଆରେ କୁନି ଦୀର୍ଘଦିନ ଧରି ବ୍ରାଉନ୍ସୁଗର କାରବାର କରୁଥିଲେ । ବିଶ୍ୱସ୍ତସୂତ୍ରରୁ ଖବରପାଇ ଆଜି ପୂର୍ବାହ୍ନରେ କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଭାବେ ହଳଦୀପଡ଼ିଆ ଇଲେକ୍ଟ୍ରି ଅଫିସ ନିକଟରେ ରହୁଥିବା କୁନିଙ୍କ ଘରେ ଚଢ଼ଉ କରିଥିଲେ । କୁନିଙ୍କ ଘରୁ ୧୯ ଗ୍ରାମ ବ୍ରାଉନ୍ସୁଗର, ୯୦୦ଟଙ୍କା ଓ ଏକ ମୋବାଇଲ୍ ଫୋନ୍ ଜବତ କରା ଯାଇଥିଲା । ବ୍ରାଉନସୁଗର କାରବାର ଅଭିଯୋଗରେ କୁନିଙ୍କୁ ଗିରଫ କରା ଯାଇଥିଲା । ପୁଲିସ ଜେରାବେଳେ କୁନି ଟ୍ରେନ ଯୋଗେ ଜଳେଶ୍ୱରରୁ ବ୍ରାଉନ୍ସୁଗର ଆଣି ହଳଦୀପଡ଼ିଆରେ ବିକ୍ରି କରନ୍ତି ବୋଲି ସୂଚନା ଦେଇଥିଲେ । ସପ୍ତାହକୁ ଥରେ ସେ ଜଳେଶ୍ୱର ଯାଇ ବ୍ରାଉନ୍ସୁଗର ଆଣନ୍ତି ବୋଲି କହିଥିଲେ । ପୁଲିସ କୁନିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଥାଉକି ବାରମ୍ବାର ହଳଦୀପଡ଼ିଆରୁ ବ୍ରାଉନ୍ସୁଗର ଜବତ ହେଉଛି । ପୁଲିସ ଓ ଅବକାରୀ ବିଭାଗ ଛୋଟ ବେପାରୀଙ୍କୁ ଗିରଫ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ବଡ଼ ବେପାରୀଙ୍କୁ ଧରିପାରୁ ନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons