ଉଦଳା,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ କଳମଗାଡ଼ିଆ ପଞ୍ଚାୟତର ରାମକୁଣ୍ଡା ଜଙ୍ଗଲରୁ ମୃତ ଦନ୍ତା ହାତୀର ମୃତ ଦେହ ମିଳିଛି । ଜଙ୍ଗଲରେ ହାତୀ ମୃତୁ୍ୟର ଖବର ପାଇ ବାରିପଦା ବନଖଣ୍ଡ ଅଧିକାରୀ ଆଶିଷ ସନ୍ତୋଷ ଯୋଗୀ, ଏସିଏଫ ଦିଲ୍ଲୀପ ବାରିକ, କପ୍ତିପଦା ରେଞ୍ଜର ମହେଶ୍ୱର ସିଂ ଓ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବାରିପଦା ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁଯାଇ ଉକ୍ତ ଦନ୍ତା ହାତୀର ବୟସ ୨୦/୨୫ ହେବ । ବ୍ୟବଚ୍ଛେଦ ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବବାଲି ପ୍ରକାଶ କରିଛନ୍ତି । ଉକ୍ତ ଦନ୍ତା ହାତୀଟିର ଦାନ୍ତ ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.