ରାସନ କାଡର଼୍କୁ କେନ୍ଦ୍ର କରି ମା’ଙ୍କୁ ମରଣାନ୍ତକ ଆକ୍ରମଣ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ୍): ସାମନ୍ୟ ରାସନ କାଡର଼୍କୁ କେନ୍ଦ୍ର କରି ଜଣେ ପୁଅ ନିଜ ମା’ଙ୍କୁ କୁରାଢ଼ିରେ ମରଣାନ୍ତକ ଆକ୍ରମଣ କରିଛି । ଏ ଘଟଣା ଜଳେଶ୍ୱର ସହରରର ଝାଡେ଼ଶ୍ୱରପୁର ଗ୍ରାମରେ ଘଟିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଝାଡେ଼ଶ୍ୱରପୁର ୧ନଂ ୱାଡର଼୍ର ବାସିନ୍ଦା ମୋଇଦ୍ ଖାଁଙ୍କ ପତ୍ନୀ ଗୁଲସନ ବିବି(୬୦)ଙ୍କ ନାମରେ ରାସନ କାଡର଼୍ ରହିଛି । ଗୁଲସନ ବିବି ବଡ଼ପୁଅ ଅଜମେର ଖାଁ ଓ ପତ୍ନୀ ଚୁମୁକି ବିବିଙ୍କ ସହିତ ରହୁଥିବା ବେଳେ ସାନପୁଅ ସାଜନ ଖାଁ ନିଜ ସ୍ତ୍ରୀ ସୋନା ବିବି ଓ ବାପା ମୋଇଦ୍ ଖାଁଙ୍କ ସହିତ ଅନ୍ୟ ସ୍ଥାନରେ ରହନ୍ତି । ସାନପୁଅ ନିକଟରେ ଗୁଲସନ ବିବିର ରାସନକାଡର଼୍ଟି ଥିବାରୁ ସବୁ ଥର ସେ ସମସ୍ତ କଣ୍ଟେ୍ରାଲ ସାମଗ୍ରୀ ଚାଉଳ, ଗହମ ପ୍ରଭୃତି ଡିଲର ନିକଟରୁ ନେଇଯାଇଥାଏ । ଏହି ଘଟଣାକୁ କେନ୍ଦ୍ର କରି ଗୁଲସନ ବିବି ସଂପୃକ୍ତ ଡିଲରକୁ ସେମାନଙ୍କର ଭାଗରେ ଥିବା ସାମଗ୍ରୀ ସାନପୁଅ ସାଜନ ଖାଁକୁ ନଦେବା ପାଇଁ ତାଗିଦ କରିଥିଲେ । ପ୍ରତ୍ୟେକ ମାସ ଭଳି ଚଳିତ ମାସ ସାଜନ ଖାଁ ସେହି କାଡର଼୍ଟିକୁ ନେଇ ଡିଲର ପାଖରୁ ସମସ୍ତ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ଡିଲର ତା’ ମା କଥା କହି ପୂରା କୋଟା ଦେଇ ପାରିବ ନାହିଁ ବୋଲି ନିଜର ଅକ୍ଷମତା ପ୍ରକାଶ କରିଥିଲା । ସେହି ଘଟଣାକୁ ନେଇ ସାନପୁଅ ସାଜନ ଖାଁ ମା’ ଗୁଲସନ ବିବି ସହିତ ପାଟିତୁଣ୍ଡ କରିବା ସହ ଏକ କୁରାଢ଼ିରେ ମୁଣ୍ଡ, ବେକ, କାନ ଓ ଛାତିକୁ ହାଣିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁଲସନ ବିବିଙ୍କୁ ଜଳେଶ୍ୱର ଜି.କେ. ଭଟ୍ଟର ହସପିଟାଲ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଅବସ୍ଥା ଉଦ୍ବେଗଜନକ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମ୍ପର୍କରେ ବଡ଼ଭାଇ ଆଜମେର ଖାଁଙ୍କ ପତ୍ନୀ ଚୁମୁକି ବିବି ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ସାଜନ ଖାଁ, ତା’ ସ୍ତ୍ରୀ ସୋନା ବିବି ଓ ବାପା ମୋଇଦ୍ ଖାଁଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons