ରାସ୍ତାରୁ ଗଛ ହଟାଇ ପ୍ରସୂତିଙ୍କୁ ଡାକ୍ତରଖାନା ନେଲେ ଅଗ୍ନିଶମ କର୍ମଚାରୀ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ବାତ୍ୟା ଅମ୍ଫାନ୍ ବେଳେ ଦେବଦୂତ ସାଜିଛନ୍ତି ଅଗ୍ନିାମ ବିଭାଗର କର୍ମଚାରୀ । ରାସ୍ତାରୁ ଗଛ ସଫା କରି ଜଣେ ଗର୍ଭବତୀଙ୍କୁ ସେମାନେ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ପୁଣି ଗୋଟିଏ କି ଦୁଇଟି ନୁହେଁ, ବହୁ ଗଛ ହଟାଇ ସେମାନେ ଉକ୍ତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ମିଳିଥିବା ସୂଚନା ଅନୁସାରେ , ମହାକାଳପଡ଼ାର ଜହ୍ନାରା ଗାଁରେ ଜାନକୀ ସେଠୀଙ୍କର ବୁଧବାର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏଣୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ରାସ୍ତାରେ ଗଛ ଉପୁଡ଼ି ପଡିଥିବା ଯୋଗୁ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହୋଇଥିଲା । ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳକୁ ଯାଇ ଗଛଗୁଡିକୁ ରାସ୍ତାରୁ ସଫା କରିଥିଲେ ଓ ଜାନକୀଙ୍କୁ ଡାକ୍ତରଖାନା ନେଇଥିଲେ । ତେବେ ବାଟରେ ଅଗ୍ନିଶମ ବାହିନୀ ଗାଡ଼ିରେ ହିଁ ଜାନକୀ ପ୍ରସବ କରିଥିଲେ । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ପ୍ରସୂତି ଓ ନବଜାତ ଶିଶୁ କନ୍ୟାକୁ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ଗାଡ଼ିରେ ମହାକାଳପଡ଼ା ଡାକ୍ତରଖାନାରେ ପହଞ୍ଚାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons