ରାସ୍ତାରେ ଜଳିଗଲା ସ୍କର୍ପିଓ

Get real time updates directly on you device, subscribe now.

ବେଗୁନିଆପଡ଼ା,(ବି.ବି.ନ୍ୟୁଜ୍): ଗତକାଲି ବିଳମ୍ବିତ ରାତିରେ କୋଦଳା ଥାନା ଅନ୍ତର୍ଗତ କଞ୍ଚଣାଠାରୁ କୋଦଳା ରାସ୍ତାର ବାଲିପୋଇ ଛକ ନିକଟରେ ଏକ ସ୍କର୍ପିଓ ଗାଡ଼ି (ଓଆର୦୨ବିପି-୫୫୦୫) ଜଳି ଯାଇଛି । ଏ ନେଇ ବିଳମ୍ବରେ ବୁଢ଼ାମ୍ବସ୍ଥିତ ଗାଡ଼ି ମାଲିକ ଚନ୍ଦ୍ରଶେଖର ପ୍ରଧାନ କୋଦଳା ଥାନାରେ ଲିଖିତି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ତାଙ୍କ ଗାଡ଼ି କୋଦଳାଠାରୁ ଭୁବନେଶ୍ୱର ଯିବା ବେଳେ ବାଲିପୋଇଠାରେ ଖରାପ ହେବା ଯୋଗୁଁ ଗାଡ଼ିକୁ ରାସ୍ତା ପାଶ୍ୱର୍ରେ ରଖି ଡ୍ରାଇଭର ଆସିଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗାଡ଼ିକୁ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି । କୋଦଳା ପୁଲିସ ରାତିରେ ପାଟ୍ରୋଲିଂ କରିବା ସମୟରେ ଗାଡ଼ି ପୋଡ଼ିବା ଦେଖି କୋଦଳା ଦମକଳ ବାହିନୀକୁ ଖବର ଦେଇଥିଲେ । କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ତଦନ୍ତ ପରେ ଘଟଣା ଖୁଲାସା ହେବ ବୋଲି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା କହିିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons