ରାସ୍ତା ଉପରେ କଟା ମୁଣ୍ଡ ଶିଶୁର ଶବ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ): ରାସ୍ତା ଉପରେ ମୁଣ୍ଡ ବିହୀନ ଶିଶୁର ଶବ । ରକ୍ତ ଲଗା କପଡ଼ା । ବୁର୍ଲା ଥାନା ଅଧୀନ ନେତାଜୀ ଛକ-ଗୌଡ଼ପାଲି ରାସ୍ତାରେ କଟାମୁଣ୍ଡ ଶିଶୁର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏଭଳି ଏକ ଘଟଣା ବୁଧବାର ବୁର୍ଲା ସହରରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ଏହି ଶିଶୁଟି କାହାର ଓ କେଉଁଠୁ ଆସିଲା ତାହା ଜଣାପଡ଼ି ନାହିଁ । ତେବେ ବଳି ପାଇଁ ଶିଶୁକୁ ହତ୍ୟା କରାଯାଇଥିବା ନେଇ ସହରରେ ଚର୍ଚ୍ଚା ଲାଗି ରହିଛି । ସୂଚନା ପାଇ ବୁର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁବାର ସକାଳୁ ଶବର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ କରାଯିବା ପରେ ପ୍ରକୃତ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ବୁର୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ବୁର୍ଲା ଥାନା ନେତାଜୀ ଛକରୁ ଗୌଡ଼ପାଲି ରାସ୍ତାର ଯକ୍ଷ୍ମା ଓ ଛାତି ରୋଗ ବିଭାଗ ସମ୍ମୁଖରେ ଏକ କଟା ମୁଣ୍ଡ ଶିଶୁର ଶବ ପଡ଼ିଥିଲା । ଏ ସମ୍ପର୍କରେ ଖବର ଚାରିଆଡେ଼ ପ୍ରସାରିତ ହୋଇଯାଇଥିଲା । ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ରାସ୍ତା ମଝିରେ କିଏ ଓ କାହିଁକି ଉକ୍ତ ଶିଶୁର ଶବକୁ ଫିଙ୍ଗିଲା ତା’କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା । ଶିଶୁର ମୁଣ୍ଡ ନ ଥିବା ସମୟରେ ଶବଟି ରାସ୍ତା ଉପରେ ହାମୁଡେ଼ଇ ହୋଇ ପଡ଼ିଥିଲା । ଶିଶୁଟିକୁ ହଗିିସ୍ ପିନ୍ଧା ଯାଇଥିବାରୁ ତାହା ପୁଅ ନା ଝିଅର ଶବ ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ପ୍ରାଥମିକ ତଦନ୍ତରୁ ଶିଶୁଟିର ବୟସ ୧୦ରୁ ୧୫ ଦିନ ମଧ୍ୟରେ ହେବ ବୋଲି ଜଣାପଡ଼ିଛି ।
ବଳି ଉଦେ୍ଧଶ୍ୟରେ ଶିଶୁଟିକୁ ହତ୍ୟା କରାଯିବା ପରେ ମୁଣ୍ଡବିହୀନ ଶବକୁ କେହି ନେଇ ଯିବା ସମୟରେ ରାସ୍ତାରେ ଗଳି ପଡ଼ିଥିବା ଆଶଙ୍କା କରାଯାଉଛି । ସେପଟେ, ଶିଶୁଟିର ଗୋଡ଼ରେ କିଛି ଦାଗ ରହିଥିବାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ଏହାର ମୃତୁ୍ୟ ଘଟିବା ପରେ ତାକୁ ଫିଙ୍ଗି ଦିଆଯାଇଥିବା ମଧ୍ୟ କୁହାଯାଉଛି । ଯଦି ଶିଶୁକୁ ଫିଙ୍ଗି ଦିଆଗଲା ଏବଂ କୁକୁର ଶବକୁ ଟାଣିଲା ତେବେ କେବଳ ମୁଣ୍ଡକୁ କାହିଁକି କୁକୁର ଖାଇଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଶବ ବ୍ୟବଚ୍ଛେଦ ପରେ ଯାଇ ଶିଶୁଟିର ମୁଣ୍ଡକୁ କଟାଯାଇଛି ନା କୌଣସି ଜୀବ ତାକୁ କାମୁଡ଼ି ଛିଣ୍ଡାଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ବୁର୍ଲା ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons