ରାୟଗନା,(ବି.ବି.ନୁ୍ୟଜ୍): ରାୟଗଡ଼ାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍ରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁରର ପ୍ରାୟ ୨ଶହରୁ ଅଧିକ ଶ୍ରମିକ ଅଛନ୍ତି । ରେଳ ଷ୍ଟେସନରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରମିକମାନଙ୍କ ସୁରକ୍ଷା ସହ ସଂକ୍ରମଣ ରୋକିବା ପାଇଁ ଗୁରୁବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ପିତାମହଲଠାରୁ ଜେକେପୁର ରୋଡ, ରେଳଷ୍ଟେସନ ଅଞ୍ଚଳ, ଜେଏସ୍କୋ କଲୋନୀଠାରୁ ନୁ୍ୟ ବସଷ୍ଟାଣ୍ଡ, ଏନଏଚ୍ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତକୁ ବାରଣ କରାଯାଇଛି ।
Comments are closed, but trackbacks and pingbacks are open.