ରିତା ଜୋନ୍ ସଭାନେତ୍ରୀ, ଲତା ଜିଲ୍ଲା ସଭାନେତ୍ରୀ, ତୁଳସୀ ସମ୍ପାଦିକା

Get real time updates directly on you device, subscribe now.

କୋରାପୁଟ: କୋରାପୁଟ ଜିଲ୍ଲାର ବିଜେଡ଼ି ମହିଳା ମୋର୍ଚ୍ଚାର କାର୍ଯ୍ୟକାରୀ ସଭାନେତ୍ରୀ ରିତା ପାଣିଗ୍ରାହୀଙ୍କୁ ଦଳରେ ମିଳିଲା ବଡ଼ ଦାୟିତ୍ୱ । ରାଜ୍ୟରେ ବିଜେଡ଼ିର ୭ଟି ଜୋନ ମଧ୍ୟରୁ ଅବିଭକ୍ତ କୋରାପୁଟ ଜୋନ୍ର ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦଳ ରିତାଙ୍କୁ ଆଜି ଦାୟିତ୍ୱ ଦେଇଛି । ପୂର୍ବରୁ ଗତ ୩ ବର୍ଷ ଧରି ରିତା ଜିଲ୍ଲାର ମହିଳା ମୋର୍ଚ୍ଚାର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ରହି ଆସିଥିଲେ । ତାଙ୍କ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ପ୍ରମୁଖ ଦାୟିତ୍ୱ ଦେଇଛି । ସେହିପରି କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ତୁଳସୀ କିର୍ସର୍ାନୀଙ୍କୁ ରାଜ୍ୟ ମହିଳା ସଙ୍ଗଠନ ସମ୍ପାଦିକା ଭାବେ ଦଳ ଦାୟିତ୍ୱ ଦେଇଛି । ପୂର୍ବରୁ ତୁଳସୀ ଦଳର କୌଣସି ସଙ୍ଗଠନ ଦାୟିତ୍ୱରେ ନଥିଲେ । ଜିଲ୍ଲା ପରିଷଦ ଅଧକ୍ଷାଭାବେ କାର୍ଯ୍ୟ କରିବା ଦକ୍ଷତା ଯୋଗୁ ତାଙ୍କୁ ଦଳୀୟ ସଙ୍ଗଠନରେ ନୂଆ ଦାୟିତ୍ୱ ମିଳିଛି । ରାଜ୍ୟର ୩୬ଜଣ ମହିଳା ସଙ୍ଗଠନ ସମ୍ପାଦିକାଙ୍କ ମଧ୍ୟରେ ସେ ଅଛନ୍ତି । ଦଳ ତାଙ୍କ ଉପରେ ଭରସାକରି ପ୍ରଥମ ଥର ଏଭଳି ଦାୟିତ୍ୱ ଦେଇଛି । ସେହିପରି ଦଳର ଜିଲ୍ଲା ଉପସଭାନେତ୍ରୀ ଥିବା ଲତା ରାୟଙ୍କୁ ଜିଲ୍ଲାର ମହିଳା ସଙ୍ଗଠନ ସଭାନେତ୍ରୀ ଭାବେ ଦଳ ଦାୟିତ୍ୱ ଦେଇଛି । ଜିଲ୍ଲାର ୩ଜଣଙ୍କୁ ଏଭଳି ଗୁରୁଦାୟିତ୍ୱ ମିଳିବା ପରେ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ଯୁବ ବିଜେଡ଼ି ସଭାପତି ଅମିତ ଅଗ୍ରୱାଲ, ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ବିଧାକୟ ତଥା ଜିଲ୍ଲା ଯୋଜନା କେମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢ଼ି, ପୂର୍ବତନ ସାଂସଦ ଝିନ୍ନ ହିକକା, ଉପସଭାପତି ଉକ୍ରଳରଞ୍ଜନ ନାୟକ, ପଣ୍ଡିତ ବିଶୋୟୀ, ବିଜେଡ଼ି ନେତା ରମାକାନ୍ତ ରାଉଳ, ଇନ୍ଦିରା ନନ୍ଦ, ଗୋପାଳ ବେବର୍ତ୍ତା, ରଘୁନାଥ ପାଢ଼ି, ଜଗନ୍ନାଥ ପାଙ୍ଗି ପ୍ରମୁଖ ସ୍ୱାଗତ କରିବା ସହ ମହିଳା ସଙ୍ଗଠନ ଜିଲ୍ଲାରେ ଆହୁରି ସୁଦୃଢ଼ ହେବ ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons