ରେଳ ଟିକେଟ ଦଲାଲି ଅଭିଯୋଗରେ ଯୁବକ ଗିରଫ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନ୍ୟୁଜ୍): ନିଜକୁ ରେଳ ବିଭାଗର ଉଚ୍ଚପଦସ୍ଥ ଅôଦକାରୀ କହି ଟିକେଟ ଦଲାଲି କରୁଥିବା ଅଭିଯୋଗରେ ବଲାଙ୍ଗୀର ଆରପିଏଫ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ ବାଦିବାହାଲ ଗାଁର ହୃଷିକେଶ ଦାସ (୩୩)ଫ ଆଜି ବଲାଙ୍ଗୀର ଷ୍ଟେସନସ୍ଥିତ ସଂରକ୍ଷିତ ଟିକେଟ କାଉଣ୍ଟରରେ ଆରପିଏଫ ତରଫରୁ ତାଙ୍କୁ ଯାଞ୍ଚ କରାଯିବା ବେଳେ ସେ ଦଲାଲି କରୁଥିବା ସ୍ୱୀକାର କରିଥିଲେ । ତାଙ୍କଠାରୁ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଏବଂ ସ୍ପେଶିଆଲ ଅଡ଼ିଟର(କମର୍ସିଆଲ) ବିଭାଗର ୨ଟି ଜାଲ ପ୍ରମାଣପତ୍ର, ୩ ମୋବାଇଲ, ଟିକେଟ ଆବେଦନ ଫର୍ମ, ଗ୍ରାହକଙ୍କ ଠିକଣା ଏବଂ ଟିକଟ ସମ୍ବନ୍ଧୀୟ ବିବରଣୀ ଥିବା ଏକ ନୋଟବୁକ, ପାନ କାର୍ଡ଼, ଆଦାର କାର୍ଡ଼ ଆଦି ଜବତ କରିଛି । ପ୍ରାଥମିକ ପଚରାଉଚରା ପରେ ଆରପିଏଫ ମାମଲା ରୁଜୁ କରି ତାଙ୍କୁ କୋର୍ଟଚାଲାଣ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ରେଳ ବିଭାଗର ନିର୍ଦ୍ଦେଶକ୍ରମେ ଆର୍ପିଏଫ ତରଫରୁ ସମସ୍ତ ଷ୍ଟେସନରେ ରେଳ ଟିକେଟ ଦଲାଲିକୁ ନେଇ ଯାଞ୍ଚ ଜାରି ରହିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଆର୍ପିଏଫ ତରଫରୁ ବଲାଙ୍ଗୀର ଷ୍ଟେସନରେ ଯାଞ୍ଚ କରାଯାଇଥିଲା । ସେହି ସମୟରେ ହୃଷିକେଶ ସଂରକ୍ଷିତ ଟିକେଟ କାଉଣ୍ଟର ଲାଇନରେ ଥିଲେ । ଆରପିଏଫ ପକ୍ଷରୁ ତାଙ୍କୁ କାହା ପାଇଁ ଟିକେଟ କାଟୁଥିବା ନେଇ ପ୍ରଶ୍ନ କରାଯାଇଥିଲା । ସେଠାରେ ହୃଷିକେଶ ଆର୍ପିଏଫ୍ ଅôଦକାରୀଙ୍କୁ କୌଣସି ଏକ ନାମ କହି ଚାଲିଯିବାକୁ ଚେଷ୍ଟା କରିଥିଲେ । ପରେ ଆରପିଏଫ ତରଫରୁ ତାଙ୍କୁ ପୁଣି ପଚରାଉଚରା କରିବାରୁ ସେ ନିଜକୁ ହରିଶଙ୍କର ରୋଡ଼ ଷ୍ଟେସନର ଆସିଷ୍ଟାଣ୍ଡ ଷ୍ଟେସନ ମ୍ୟାନେଜର ବୋଲି ପରିଚୟ ଦେଇଥିଲେ । ପରେ ଆରପିଏଫ ଅôଦକାରୀ ତାଙ୍କ ବ୍ୟାଗ ଯାଞ୍ଚ କରିବା ସହିତ ହରିଶଙ୍କର ରୋଡ଼ ଷ୍ଟେସନକୁ ଯୋଗାଯୋଗ କରିଥିଲେ । କିନ୍ତୁ ସେଠାରେ ହୃଷିକେଶ ଦାସ ନାମରେ କୌଣସି ଅôଦକାରୀ ନଥିବା ସେ ଜାଣିବାକୁ ପାଇଥିଲେ । ଜବତ ବ୍ୟାଗରୁ ଅନେକଗୁଡ଼ିଏ ଟିକେଟ ବୁକିଂ ଫର୍ମ, ଦୁଇଟି ଜାଲ ପ୍ରମାଣପତ୍ର, ଏକ ନୋଟବୁକ ଜବତ କରିଥିଲା । ଏହାପରେ ହୃଷିକେଶ ନିଜେ ଟିକେଟ ବ୍ଲାକ କରୁଥିବା ଆରପିଏଫ ସମ୍ମୁଖରେ ସ୍ୱୀକାର କରିଥିଲା । ଦୀର୍ଘଦିନ ହେଲା ସେ ଏହି ବେପାର ଚଳାଇଆସିଥିବା ବେଳେ ଜିଲ୍ଲାର ବିଭିନ୍ନ ଷ୍ଟେସନରେ ଟିକେଟ ବୁକିଂ କରିଥାଏ । ଗୋଟିଏ ଟିକେଟରେ ତାଙ୍କୁ ୨ଶହ ଟଙ୍କା ମିଳିଥାଏ ବୋଲି ସେ କହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons