ରୋଗାଗ୍ରସ୍ତ ଶିଶୁର ଚିକିତ୍ସା ନିମିତ ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମା

Get real time updates directly on you device, subscribe now.

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ଗିର୍ଲା ଗ୍ରାମର ଧନସାଇ ଭତ୍ରା ରୋଗାଗ୍ରସ୍ତ ୫ବର୍ଷୀୟ ଝିଅର ଚିକିତ୍ସା ନିମିତ ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଧନସାଇଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ସୁସ୍ମିତା ଜନ୍ମ ହେବାର ୬ମାସ ପର୍ୟ୍ୟନ୍ତ ସୁସ୍ଥ ଥିଲେ । ମାତ୍ର ୬ମାସ ପରେ ପରିସ୍ରା ବନ୍ଦ ହେବାରୁ ତାଙ୍କ ଦେହ ଖରାପ ହେବାରେ ଲାଗିଲା । ବୟସ ବଢି ଚାଲିଥିଲେ ହେଁ ସେ ବସି କିମ୍ବା ଠିଆ ହୋଇପାରୁ ନାହାନ୍ତି । ଝିଅକୁ ଜଗଦଲପୁର ଓ କୋରାପୁଟକୁ ଚିକିତ୍ସା ନିମିତ ଆଣି ଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଝିଅର ଉନ୍ନତ ଚିକିସ୍ରା ପାଇଁ ଅର୍ଥ ନାହିଁ ।ତେଣୁ ଚିକିତ୍ସା ନିମିତ ଆର୍ଥିକ ସହଯୋଗ କରିବା ପାଇଁ ଝିଅର ମାଙ୍କ ସମେତ ମାଁମୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି । ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଘଟଣାଟିକୁ ଗୁରୁତର ସହ ନେଇ ଜିଲ୍ଲା ଜରୁରୀ କାଳୀନ ବିଭାଗକୁ ତାଙ୍କୁ ପଠାଇବା ପରେ ଚିକିତ୍ସା ନିମିତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି ।

ରିପୋର୍ଟ: କୋରାପୁଟରୁ ସତ୍ୟ ନାରାୟଣ ସାହୁ ସହ କୋଟପାଡ଼ରୁ ହୁସେନ ଖାନ୍

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons