ଲକ୍ଡାଉନ୍ରେ ଚାଲିଥିଲା ବ୍ରାଉନ୍ସୁଗର ହୋମ୍ ଡେଲିଭରି, ଜଣେ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଲକ୍ଡାଉନ୍ ବେଳେ ବ୍ରାଉନ୍ସୁଗରର ହୋମ ଡେଲିଭରି କରୁଥିବା ଅଭିଯୋଗରେ କଟକ ଅବକାରୀ ଗୁଇନ୍ଦା ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାଁ ଏସ୍.କେ. ସରିଫ ଓସେ ଜଟଣୀ ଅଞ୍ଚଳର ବୋଲି ଜଣାପଡିଛି । ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥରେ ବିପୁଳ ପରିମାଣର ବ୍ରାଉନ୍ସୁଗର ଚାଲାଣ ହେଉଥିବା ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା । ଏହି ଚଢ଼ାଉ ସମୟରେ ୧୦୫ ଗ୍ରାମର ବ୍ରାଉନ୍ସୁଗର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୋଲିସ ଏସ୍.କେ. ସରିଫଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ୧୨ ହଜାର ଟଙ୍କା ଜବତ ହୋଇଛି । ଏସ୍.କେ. ସରିଫ ପୂର୍ବରୁ ମଧ୍ୟ ବ୍ରାଉନସୁଗର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons