ଲକ୍‌ଡାଉନ୍‌ରେ ଅପରାଧକୁ ଲାଗିନି ବ୍ରେକ୍‌ : ୧୨ଘଣ୍ଟାରେ ୩ ହତ୍ୟାକାଣ୍ଡ, ପାଟନା ପୋଲିସକୁ ଖୋଲା ଚ୍ୟାଲେଞ୍ଜ

Get real time updates directly on you device, subscribe now.

ପାଟନା: ସାରାଦେଶରେ କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଛି । ଦେଶରେ ଲକ୍‌ଡାଉନ୍‌ର ତୃତୀୟ ପର୍ୟ୍ୟାୟ ଜାରି ରହିଛି । କିନ୍ତୁ ଲକ୍‌ଡାଉନ୍‌ ସମୟରେ ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଗତ ୧୨ଘଣ୍ଟା ମଧ୍ୟରେ ତିନୋଟି ହତ୍ୟା କାଣ୍ଡ ଘଟିଛି । ଯାହାକି ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ପାଟନା ଅଞ୍ଚଳରେ ଏହି ସବୁ ହତ୍ୟାକାଣ୍ଡ ଘଟିଛି ।
ସୂଚନାଯୋଗ୍ୟ ଯେ, ବିହାର ରାଜଧାନୀ ପାଟଣା ସହରର ଦୁଲହିନ୍ ବଜାର ଅଞ୍ଚଳରେ ଦୁଇଟି ଘଟଣା ଘଟିଥିବା ବେଳେ ପାଟନା ସିଟି ଅଞ୍ଚଳରେ ଗୋଟିଏ ଘଟଣା ଘଟିଛି । ଅପରାଧୀମାନେ ଦୁଲହେନ୍ ବଜାର ଅଞ୍ଚଳରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ଯେଉଁଥିରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ସନ୍ଧ୍ୟା ସମୟରେ ଆଉ ଏକ ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳକୁ ଥରାଇ ଦେଇଥିଲା। ଘଟଣା କାବ ଏବଂ ସାଦାଭେ ଗ୍ରାମ ମଧ୍ୟରେ ଥିବା ହରାମପୁର ଗ୍ରାମ ନିକଟରେ । ଯେଉଁଠାରେ ସଂଜୟ ଯାଦବଙ୍କ ୧୯ ବର୍ଷର ପୁଅ ଗୁଦୁ କୁମାରଙ୍କୁ ହତ୍ୟା କରାଯାଇଥିଲା ।
ଅପରାଧୀମାନେ ଗୁଡ୍ଡୁକୁ ଚାରୋଟି ଗୁଳି ମାଡ କରିଥିଲେ । ଯାହାଫଳରେ ଗୁଡ୍ଡୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ କ୍ରିକେଟ୍ ଖେଳିବା ସମୟରେ ଏହି ହତ୍ୟାକାଣ୍ଡର କାରଣ ଘଟିଥିବା କୁହାଯାଉଛି। କିଛି ଦିନ ପୂର୍ବରୁ କ୍ରିକେଟ୍ ଖେଳୁଥିବା ବେଳେ ଦୁଇ ଦଳ ମଧ୍ୟରେ ଝଗଡା ହୋଇଥିଲା ଏବଂ ସେହି ଘଟଣା ପୋଲିସ ଥାନା ପର୍ୟ୍ୟନ୍ତ ଯାଇଥିଲା ଜ୍ଝ ମୃତକ ସୈନ୍ୟବାହିନୀରେ ଯୋଗ ଦେବାକୁ ନିଜକୁ ଯିବାକୁ ପ୍ରସ୍ତୁତ କରୁଥିଲେ, ସେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ରାସ୍ତାରେ ଦୌଡ ଅଭ୍ୟାସ କରୁଥିଲେ। ଠିକ୍‌ ଗୋଟିଏ ଦିନ ସେ ଦୌଡ ଅଭ୍ୟାସ କରୁଥିବା ବେଳେ ଅପରାଧୀମାନେ ମୋଟରସାଇକେଲରେ ଆସି ଯୁବକଙ୍କୁ ଚାରିପଟୁ ଘେରିଯାଇଥିଲେ ଏବଂ ତାଙ୍କ ଛାତିରେ ଗୁଳି ମାଡ କରିଥିଲେ । ମୃତକଙ୍କୁ ଚାରୋଟି ଗୁଳି ମାଡ କରାଯାଇଥିଲା । ହତ୍ୟାକାଣ୍ଡ ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତେବେ ରାନୀ ତାଲାବ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ପାଟଣା ସିଟିରେ ମଧ୍ୟ ଅପରାଧୀମାନେ ଉକ୍ତ ଅଞ୍ଚଳର କୁଖ୍ୟାତ ଗଜିନିଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ୧୨ଘଣ୍ଟା ମଧ୍ୟରେ ତିନୋଟି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons