ଲଗାଣ ବର୍ଷାରେ ତୁମୁଡ଼ିବନ୍ଧ ବେହାଲ

Get real time updates directly on you device, subscribe now.

ତୁମୁଡିବନ୍ଧ, (ବି.ବି.ନ୍ୟୁଜ୍): ମାତ୍ର ୪ ଘଣ୍ଟାର ତୁମୁଳ ବର୍ଷା । ଅନାବରତ ଭାବେ ଆକାଶରୁ ଓଜାଡ଼ି ହୋଇଗଲା ବର୍ଷା । ଏହି ସମୟରେ ୨୦୩ ମିମି ବର୍ଷା ରେକର୍ଡ ହୋଇଛି । ଏହାର ପ୍ରଭାବରେ ତୁମୁଡିବନ୍ଧର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭାସି ଯାଇଛି କୁର୍ତ୍ତମଗଡ଼ ଓ ସିର୍ଲାକୁ ସଂଯୋଗ କରୁଥିବା ସ୍ଲିକି ବ୍ରିଜ୍ । ତୁମୁଡିବନ୍ଧର ଚାଉଳଧୁଆ ନଦୀ, ଉତେଇ ନଦୀ, ରାହୁଳ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ସିର୍ଲା ପଞ୍ଚାୟତ, ପାରିଗଡ଼, ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ଼ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଉଭୟ ପାଶ୍ୱର୍ ରାସ୍ତାରେ ଅଟକି ଥିôବା ବହୁ ଲୋକ ଜଳସ୍ତର କମିବା ନେଇ ଅପେକ୍ଷା କରିଥିଲେ । କିନ୍ତୁ ଜଳ ସ୍ତର କମିବା ପୂର୍ବରୁ ଭାସି ଯାଇଥିଲା ବ୍ରିଜ୍ । ବହୁ ଦିନ ଧରି ବ୍ରିଜ୍ ଦୁର୍ବଳ ଅବସ୍ଥାରେ ଥିଲା । ଆଜି ବନ୍ୟା ପାଣି ସ୍ରୋତ କୁଳ ଖାଇବାରୁ ବ୍ରିଜ୍ ଅଚାନକ ଧୋଇ ହୋଇ ଯାଇଥିଲା । ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଫଳରେ ଶହ ଶହ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିକି ବିଭିନ୍ନ କାର୍ଯ୍ୟରେ ତୁମୁଡ଼ିବନ୍ଧ ଆସିଥିବା ଏହି ଦୁଇଟି ପଞ୍ଚାୟତର ଲୋକ ନିଜ ଘରକୁ ଫେରି ପାରିନାହାନ୍ତି ।
ସେହିପରି ଲଙ୍କାଗଡ଼ ପଞ୍ଚାୟତର ଉତେଇ ନଦୀରେ ଜଳସ୍ତର ବୃଦ୍ଧି ପାଇ ନଦୀ ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି । ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ଼ ପଞ୍ଚାୟତରୁ ତୁମୁଡ଼ିବନ୍ଧ ଆସିଥିବା ଲୋକ ମଧ୍ୟ ଘରକୁ ଫେରି ପାରିନଥିଲେ । ଚାଉଳଧୁଆ ନଦୀରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନିର୍ମାଣଧୀନ ପୋଲଗୁଡିକର ଆପ୍ରୋଜ୍ ରୋଡ୍ ଧୋଇ ହୋଇଯାଇଛି । ଝିରିପାଣି-ବେଲଘର ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଜାତୀୟ ରାଜପଥ-୫୯ ବାଲିଗୁଡା-ଏମ୍. ରାମପୁର ରାସ୍ତାର ବାଟାଗୁଡ଼ା ଓ ମଣ୍ଡଳପଦର ନିକଟରେ ନିର୍ମାଣଧୀନ ପୋଲର ଆପ୍ରୋଚ ରୋଡ଼ ମଧ୍ୟ ବନ୍ୟା ପାଣି ସ୍ରୋତରେ ଧୋଇ ହୋଇଯିବାରୁ କଳାହାଣ୍ଡିଠାରୁ ବହ୍ମପୁର, ଭୁବନେଶ୍ୱର ଏବଂ କନ୍ଧମାଳ ଠାରୁ ରାୟଗଡା ଯାତାୟତ ବାଧାପ୍ରାପ୍ତ ହୋଇଛି । ମାତ୍ର ୧୦ ଦିନପୂର୍ବରୁ ମଣ୍ଡଳପଦର ନିକଟସ୍ଥ ୫୯ନମ୍ୱର ଜାତୀୟ ରାଜପଥର ଏହି ଆପ୍ରୋଚ୍ ରୋଡ ଧୋଇ ହୋଇଯିବା ଫଳରେ ୩ ଦିନଧରି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆପ୍ରୋଚ ରୋଡ଼ ନିର୍ମାଣକୁ ବିରୋଧ କରୁଥିଲେ ସ୍ଥାନୀୟ ବାସିନ୍ଦା । ଆଗାମି ଦିନରେ ବର୍ଷା ହଲେ ପୁଣି ଆପ୍ରୋଚ୍ ରୋଡ଼ ଭାଙ୍ଗି ଯିବା ଆଶଙ୍କା ରହିଥିଲା । ଏବେ ବର୍ଷାରେ ଉକ୍ତ ଆପ୍ରୋଚ୍ ରୋଡ଼ ଭାଙ୍ଗିଯିବା ଫଳରେ ଶହଶହ ଗାଡ଼ିମଟର ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହିଛି । କନ୍ଧମାଳ ବିଜେଡି ନେତା ବଙ୍ଗାଳି ବଡ଼ସେଠ୍, ସରପଞ୍ଚ ପାଟମାଝି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons