ଲାଞ୍ଚୁଆ ସିଡିପିଓ ସ୍ନିଗ୍ଧାରାଣୀ ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ସପ୍ତାହ ପାଳନର ଆଜି ପ୍ରଥମ ଦିନରେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନନ୍ଦପୁରର ଲାଞ୍ଚୁଆ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଏକ ସ୍ୱୟଂ ସହାୟକ ଗୋÂୀଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଏଥିସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଚଢଉ କରାଯାଇଛି । ସେଠାରୁ ଆୟବର୍ହିଭୂତ ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ କୁମାର ବିଶ୍ୱାଳ କହିଛନ୍ତି । ଚଢଉ ଜାରି ରହିଥିବାରୁ ତାଙ୍କ ପାଖରେ କେତେ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ରହିଛି, ତାହାର ଆକଳନ କରାଯାଇପାରିନି ।
ଆଜିଠାରୁ ପାଳନ କରାଯାଉଛି ଦୁର୍ନୀତି ନିବାରଣ ସପ୍ତାହ । ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବାକୁ ଶପଥ ନେଇଛନ୍ତି । କିନ୍ତୁ ଶପଥ ନେବାର କେଇ ଘଣ୍ଟା ବିତିନି, ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସିଡିପିଓ ସ୍ନିଗ୍ଧାରାଣୀ । ଭିଜିଲାନ୍ସ ଡିଏସ୍ପି ଶ୍ରୀ ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ନନ୍ଦପୁରର ଏକ ପ୍ରତିÂିତ ସ୍ୱୟଂ ସହାୟକ ଗୋÂୀଠାରୁ ସେପ୍ଟେମ୍ବର ମାସର ଛତୁଆ ବିଲ୍ ପାସ୍ କରାଇଦେବା ଏବଂ ବାର୍ଷିକ ନବୀକରଣ କରାଇ ଦେବା ଲାଗି ସ୍ନିଗ୍ଧାରାଣୀ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ସଂପୃକ୍ତ ସ୍ୱୟଂ ସହାୟକ ଗୋÂୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ସଂପୃକ୍ତ ଗୋÂୀ ନନ୍ଦପୁରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ସିଡିପିଓ ସ୍ନିଗ୍ଧାରାଣୀଙ୍କୁ ଏହି ଟଙ୍କା ପ୍ରଦାନ କରିଥିଲେ । ପୂର୍ବରୁ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଅତର୍କିତ ଚଢଉ କରିଥିଲେ । ଚଢଉ ବେଳେ ରଙ୍ଗବୋଳା ୧ ଲକ୍ଷ ୭୫ ହଜାର ଟଙ୍କା ସ୍ନିଗ୍ଧାରାଣୀଙ୍କ ପାଖରୁ ଜବତ କରାଯାଇଥିଲା । ଏଥିସହ ସେମିଳିଗୁଡା ସତ୍ୟନଗରରେ ଥିବା ସ୍ନିଗ୍ଧାରାଣୀଙ୍କ ବାସଭବନରେ ଭିଜିଲାନ୍ସ ଇନ୍ସପେକ୍ଟର ରୁକଧର ନାୟକ, ପ୍ରମିଳା ସୁନା, ବଙ୍କିମ ଚନ୍ଦ୍ର ବୋବାଲି ପ୍ରମୁଖଙ୍କୁ ନେଇ ଏକ ୭ଜଣିଆ ଟିମ୍ ଚଢଉ କରିଥିଲା ।
ନନ୍ଦପୁରସ୍ଥିତ ସିଡିପିଓଙ୍କ କାର୍ଯ୍ୟାଳୟରେ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଶିବରାମ ସାହୁ, ସୂର୍ଯ୍ୟକାନ୍ତ ଟାକ୍ରି ପ୍ରମୁଖଙ୍କୁ ନେଇ ଏକ ୮ଜଣିଆ ଟିମ୍ ଚଢଉରେ ସାମିଲ ହୋଇଥିଲା । ଗିରଫ ପରେ ଲାଞ୍ଚୁଆ ଅଧିକାରୀ ସ୍ନିଗ୍ଧାରାଣୀଙ୍କୁ ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । ଅଧିକ ପଚରାଉଚରା ଜାରି ରହିଛି । ବୁଧବାର ସ୍ନିଗ୍ଧାରାଣୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି । ଶ୍ରୀ ବିଶ୍ୱାଳ କହିଛନ୍ତି, ଏହା ପୂର୍ବରୁ ୨୦୧୬ ମସିହାରେ ସ୍ନିଗ୍ଧାରାଣୀ ସେମିଳିଗୁଡାରେ ସିଡିପିଓ ଥିବା ସମୟରେ ତାଙ୍କ ନାଁରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା । ସୂଚନା ଥାଉକି, ସ୍ନିଗ୍ଧାରାଣୀ ନିଜକୁ ଜଣେ ସମାଜସେବୀ ଭାବେ ପରିଚୟ ଦେଇ ଆସୁଛନ୍ତି । ଏମିତିକି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରି ଆସିଛନ୍ତି । ଏଭଳି ଲାଞ୍ଚୁଆ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons