ଫୁଲବାଣୀ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅଧୀନ ଗୁଦାରୀ ସର୍କଲ ରାଜସ୍ୱ ନୀରିକ୍ଷକ ସୁନୀଲ କୁମାର ଦିଗାଲ । ୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରିଛି ଭିଜନିଲାନ୍ସ ଟିମ୍ । ସୂଚନା ଅନୁଯାୟୀ, ଫୁଲବାଣୀ ସଦର ଥାନା ଅଧୀନ ବୁଢ଼ାଦାନି ଅଞ୍ଚଳର ପ୍ରକାଶ ଚନ୍ଦ୍ର ଦେହୁରୀଙ୍କ କଲାଡ଼ି ପଞ୍ଚାୟତରେ ପୈତୃକ ଜମିଜମା ରହିଛି । ଏହି ଜମିର ଭାଗବଣ୍ଟା ପରେ ପଟ୍ଟା ପାଇଁ ଖଜୁରୀପଡ଼ା ତହସିଲଦାରଙ୍କୁ ଆବେଦନ କରାଯାଇଥିଲା । ତେବେ ଜମି ସଂକ୍ରାନ୍ତୀୟ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପାଇଁ ଖଜୁରୀପଡ଼ା ତହସିଲଦାର ଗୁଦାରୀ ରାଜସ୍ୱ ନୀରିକ୍ଷକଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଆର୍ଆଇ ଏହି ରିପୋର୍ଟ ଦେବା ପାଇଁ ପ୍ରକାଶଙ୍କୁ ପ୍ରାୟ ଏକ ମାସ ଦୌଉଡ଼ାଇବା ପରେ ୪ହଜାର ଟଙ୍କା ଦେଲେ ରିପୋର୍ଟ ଦେବେ ବୋଲି କହିଥିଲେ । ପ୍ରକାଶ ଏହି ଟଙ୍କା ଦେବା ପାଇଁ ଅସାମର୍ଥ ପ୍ରକାଶ କରିବାରେ ୩ ହଜାର ଟଙ୍କାରେ କାମ କରିଦେବେ ବୋଲି ଆର୍ଆଇ ପ୍ରକାଶଙ୍କୁ କହିଥିଲେ । ଫଳରେ ପ୍ରକାଶ ଏ ନେଇ ଫୁଲବାଣୀ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ମଙ୍ଗଳବାର ଦିନ ୧୧ଟା ବେଳେ ଗୁଦାରି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ସୁନୀଲ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ । ସୁନୀଲଙ୍କୁ ଗିରଫ କରାଯିବା ସହ ତାଙ୍କର ସରକାରୀ କାର୍ଯ୍ୟାଳୟ ସମେତ ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଘରେ ଭିଜଲାନ୍ସ ଟିମ୍ ଚଢ଼ଉ କରିଥିବା ଡିଏସ୍ପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୨/୨୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.