ଲାଲ ତାଣ୍ଡବ:ଗୁଳିମାଡ଼ରେ ୫ ପୁଲିସ ସହିଦ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): ନକ୍ସଲମାନେ ଆଜି ସଂଧ୍ୟାରେ ପାଟ୍ରୋଲିଂ କରୁଥିବା ପୁଲିସ୍ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏଥିରେ ଦୁଇ ଅଦିକାରୀଙ୍କ ସମେତ ୫ ଜଣ ପୁଲିସ୍ ସହିଦ୍ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ପୁଲିସ୍ କର୍ମଚାରୀ ନିଖୋଜ ଥିବା ଜଣାପଡିଛି । ଏହି ଘଟଣା ଘଟିଛି ଝାଡ଼ଖଣ୍ଡ ଷଢ଼େଇକଳା ଜିଲ୍ଲାର ତିରୁଲଡିହି ଥାନା ଅନ୍ତର୍ଗତ କୁକଡୁ ହାଟ ଅଞ୍ଚଳରେ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ତଲାସୀ ଅଭିଯାନକୁ ଜୋର୍ଦାର୍ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏଏସ୍ଆଇ ଗୋବର୍ଦ୍ଧନ ପାଶ୍ୱାନ, ମନଦନ ହାଁସଦା, କନେଷ୍ଟବଳ ଯୁôଦଷ୍ଠିର ମାଲୱା, ଡିବ୍ୟ ପୃଷ୍ଟି, ଦନେଶ୍ୱର ମହାପାତ୍ର ଏକ ଜିପ୍ରେ ପାଟ୍ରୋଲିଂରେ ଯାଉଥିଲେ । ସଂଧ୍ୟା ପ୍ରାୟ ୬ଟାରେ ସେମାନେ କୁକଡୁ ବଜାର ଦେଇ ଯାଉଥିଲେ । କୁକଡୁ ହାଟରେ ସେମାନେ ଅଟକି ଚା’ ପିଉଥିବା ବେଳେ ହଠାତ ୪ଟି ବାଇକ୍ରେ ୮ରୁ ୧୦ ଜଣ ନକ୍ସଲ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପୁଲିସ ନକ୍ସଲମାନଙ୍କ ମୁକାବିଲା କରିବା ଲାଗି ଚେଷ୍ଟ କରୁଥିବା ବେଳେ ନକ୍ସଲ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ହାଟକୁ ଆସିଥିବା ଲୋକେ ଓ ବେପାରୀ ଭୟଭୀତ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ । ନକ୍ସଲଙ୍କ ଗୁଳିରେ ଦୁଇ ଜଣ ଏଏସ୍ଆଇ ଓ ତିନି ଜଣ ପୁଲିସ୍ କର୍ମଚାରୀ ଘଟଣା ସ୍ଥଳରେ ସହିଦ୍ ହୋଇଛନ୍ତି । ଏପରିକି ସହିଦ ହୋଇଥିବା ଯବାନଙ୍କ ନିକଟରୁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଲୁଟି ଜଙ୍ଗଲକୁ ପଳାଇ ଯାଇଛନ୍ତି । ଏହି ଘଟଣା ପରେ ଜଣେ ପୁଲିସ୍ କର୍ମଚାରୀ ନିଖୋଜ ଥିବା ଜଣାପଡ଼ିଛି । ତେବେ ଭ୍ୟାନ୍ ଡ୍ରାଇଭର ସୁକଲାଲ କୁଦବା ଘଟଣାସ୍ଥଳରୁ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇପାରିଥିଲେ ।
ଖବର ପାଇ ଷଢ଼େଇକଳା ଏସ୍ପି ଚନ୍ଦନ ସିହ୍ନା ଓ ଅନ୍ୟ ପୁଲିସ୍ ଅଦିକାରୀମାନେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ସେଠାକୁ ଅଦିକ ସଂଖ୍ୟକ ସିଆରପିଏଫ୍ ଓ କୋବ୍ରା ବାଟାଲିୟନ ଯବାନଙ୍କୁ ପଠାଯାଇଛି । ଏହି ଘଟଣା ପଛରେ ସିପିଆଇ-ମାଓବାଦୀ ସଙ୍ଗଠନର ହାତ ଥିବା ଆଶଙ୍କା କରାଯାଉଛି ବୋଲି ଏସ୍ପି ସିହ୍ନା କହିଛନ୍ତି । ନକ୍ସଲ ସଙ୍ଗଠନର ମହାରାଜ ପ୍ରମାଣିକ ଦଲମ ଏହି ଆକ୍ରମଣକୁ ରୂପରେଖ ଦେଇଥିବା ଆଶଙ୍କା କରାଯାଉଛି । ସମ୍ପୃକ୍ତ ଅଞ୍ଚଳରେ ଏହି ସଙ୍ଗଠନ ସକ୍ରିୟ ରହିଛି । କିଛିଦିନ ପୂର୍ବେ ଏହି ଦଲମର ସଦସ୍ୟମାନେ ଖରସୁଆଁ ଓ କୁଚାଇ ଠାରେ ବିସ୍ଫୋରଣ ଘଟାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons