ଲୁଟିନେଲେ ୨ ତୋଳା ସୁନା ଅଳଙ୍କାର

Get real time updates directly on you device, subscribe now.

ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ): ସଫା କରିବା ଆଳରେ ୨ ଜଣ ଅଜଣା ଲୋକ ଲୁଟି ନେଇଛନ୍ତି ୨ ତୋଳା ଓଜନର ସୁନା ଅଳଙ୍କାର । ପାରଳାଖେମୁଣ୍ଡି ପିଡବ୍ଲୁ୍ୟଡି କଲୋନୀରେ ବୁଧବାର ଏଭଳି ଏକ ଘଟଣା ଘଟିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ସାମ୍ନା ଘରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ପୁଲିସ ଜବତ କରିଛି । ହେଲେ ଅଭିଯୋଗକାରୀଙ୍କ ପକ୍ଷରୁ ଏଯାଏ କୌଣସି ଲିଖିତ ଅଭିଯୋଗ ହୋଇନଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନ୍ଦ ସ୍ୱାଇଁ ।
ସୂଚନା ଅନୁସାରେ, ପାରଳାଖେମୁଣ୍ଡି ପିଡବ୍ଲୁ୍ୟଡି କଲୋନୀରେ ରୁହନ୍ତି ଉମାକାନ୍ତ ପାତ୍ର । ସେ ବର୍ତ୍ତମାନ ରାୟଗଡ଼ରେ କାର୍ଯ୍ୟରତ ଥିବା ଯୋଗୁ ଘରେ ତାଙ୍କ ସ୍ତ୍ରୀ ଓ ଝିଅ ରୁହନ୍ତି । ବୁଧବାର ମଧ୍ୟାହ୍ନରେ ଦୁଇଜଣ ଅଜଣା ଲୋକ ଆସି ବାସନ କୁସନ ସଫା କରିବା କଥା କହିଥିଲେ । ଫଳରେ ଉମାକାନ୍ତଙ୍କ ଝିଅ ତେଜସ୍ୱୀନି କିଛି ପିତ୍ତଳ ଓ କଂସା ବାସନ ସଫା କରିବା ପାଇଁ ଦେଇଥିଲେ । ମାତ୍ର କେଇ ମିନଟ୍ ମଧ୍ୟରେ ଏହାକୁ ସଫାକରି ଦେବାପରେ ଗହଣା ବି ସଫା କରୁଥିବା କହିଥିଲେ ଦୁଇ ଲୁଟେରା । ଫଳରେ ସେ ପିନ୍ଧିଥିବା ଏକ ହାରକୁ ବାହାର କରି ସଫା କରିବା ପାଇଁ ଦେଇଥିଲେ ତେଜସ୍ୱୀନି । ତେବେ ଏହାକୁ ସଫା କରିବେ କ’ଣ ଅଳଙ୍କାରକୁ ଧରି ଚମ୍ପଟ ମାରିଥିଲେ ସେମାନେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ଘର ସମ୍ମୁଖରେ ଥିବା ସିସିଟିଭ ଫୁଟେଜକୁ ବି ଜବତ କରିଛି । ତେବେ ଅଭିଯୋଗକାରୀଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଆସିନଥିବା କହିଛନ୍ତି ଥାନାଧିକାରୀ । ଏହି ଘଟଣା ପରେ ତେଜସ୍ୱୀନିଙ୍କ ମାଆ ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଡାକ୍ତରଖାନାରେରେ ଭର୍ତ୍ତି କରାଯାଇଛି । ବାପା ଆସିବା ପରେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ତେଜସ୍ୱୀନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons