ଲୁଟେରା ଆତଙ୍କ: ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

Get real time updates directly on you device, subscribe now.

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି। ଜିଲ୍ଲାର ନୀଳଗିରି ମିତ୍ରପୁର ରାସ୍ତା ଚଣ୍ଡୀପୁର ଛକରେ କଳା ପଲସରରେ ଦୁଇ ଜଣ ଯୁବକ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି।
ସୂଚନାନୁସାରେ, ଅମ୍ଳାନ ମହାପାତ୍ରଙ୍କ ପତ୍ନୀ ଜ୍ଞାନପ୍ରଭା ମହାପାତ୍ର ନିଜ ବାସଭବନ କେନ୍ଦୁଖୁଣ୍ଟାରୁ ସ୍କୁଟିରେ ମିତ୍ରପୁର ଆଡକୁ ଯାଉଥିଲେ । ସେହି ସମୟରେ ଏକ କଳା ପଲସରରେ ୨ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ । ଖବର ପାଇ ନୀଳଗିରି ଥାନା ଆଇଆଇସି ମିନତୀ ବିଶ୍ୱାଳ ଏସଆଇସସ୍ମିତା ମଲ୍ଲିକଙ୍କୁ ଘଟଣା ସ୍ଥଳକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଛାନଭିନ୍ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons