ଲ୍ୟାଣ୍ଡମାଇନ ଉଦ୍ଧାର, ବର୍ତ୍ତିଲେ ଯବାନ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କଲେ ଯବାନ । କମ୍ବିଂ ସମୟରେ ୨ଟି ଲ୍ୟାଣ୍ଡମାଇନ୍ ଉଦ୍ଧାର କଲେ । ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲ୍ଲାରେ ଶନିବାର ଏହି ଘଟଣା ଦେଖିବାକୁ ମିଳିଛି । ଯବାନମାନେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, କାଙ୍କେର ଜିଲ୍ଲା କୋୟେଲବାଡି ଥାନା ମର୍କନାର ବଡପରା ଜଙ୍ଗଲକୁ ସକାଳେ ଡିଆର୍ଜି ଓ ବିଏସ୍ଏଫ୍ ଯବାନ କମ୍ବିଂରେ ଯାଇଥିଲେ । ଏହି ରାସ୍ତାରେ ପୂର୍ବରୁ ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଦୁଇଟି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ଯବାନ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ସେମାନଙ୍କ ମେଟାଲ ଡିଟେକ୍ଟର ସାଇରନ୍ ବାଜି ଉଠିଥିଲା । ତୁରନ୍ତ ଯବାନମାନେ ସତର୍କ ହେବା ସହ ରାସ୍ତା ଓ ବିଭିନ୍ନ ସ୍ଥାନରେ ଖାନତଲାସୀ ଆରମ୍ଭ କରିଥିଲେ । ଯାଞ୍ଚ୍ବେଳେ ଦୁଇଟି ଲ୍ୟାଣ୍ଡମାଇନ୍ ମିଳିଥିଲା । ସେହିଠାରେ ହିଁ ଯବାନମାନେ ଏହାକୁ ନିଷ୍କ୍ରିୟ କରିଥିଲେ । ମାଓବାଦୀଙ୍କ ଏକ ବଡ଼ଧରଣର ହିଂସାକାଣ୍ଡକୁ ଏଥିଯୋଗୁ ରୋକାଯାଇ ପାରିଛି ବୋଲି ପୁଲିସ କହିଛି ।
ସୂଚନାଯୋଗ୍ୟ, କିଛି ଦିନ ତଳେ କାଙ୍କେର ଜିଲ୍ଲା ଆମାବେଢା ଥାନା ଚିକପାଲ୍ଲୀ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ପ୍ରେସର ବୋମା ଖଞ୍ଜୁଥିବା ବେଳେ ଏହା ହଠାତ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା । ଏବେ ପୁଣି କାଙ୍କେର ଜିଲ୍ଲାରୁ ଲ୍ୟାଣ୍ଡମାଇନ ଉଦ୍ଧାର ହେବା ପରେ ଏଠାରେ ମାଓବାଦୀମାନେ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons