ଶବ ପୋତିବାକୁ ନେଇ ଉତ୍ତେଜନା, ରାସ୍ତାରୋକ

Get real time updates directly on you device, subscribe now.

ମୟୂରଭଞ୍ଜ : କବଖାନାରେ କୋଭିଡ ମୃତକଙ୍କୁ ପୋତିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ରାସ୍ତାରୋକ। ବାରିପଦା ସହରସ୍ଥିତ ୱାର୍ଡ ନମ୍ବର ୧୪ ରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଶବ ସଂସ୍କାର ପାଇଁ ରହିଛି କବରଖାନା । କିନ୍ତୁ ଗତ କିଛିମାସ ଧରି ଏହି କବରଖାନାରେ କରୋନାରେ ମୃତ୍ୟୁବରଣ କରିଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଏଠାରେ ପୋତା ଯାଉଥିଲା। ତେବେ ଆଜି ଏକ କୋଭିଡ ମୃତକକୁ ଏଠାରେ ପୋତା ଯିବାକୁ ନେଇ ସ୍ଥାନୀୟ ଲୋକେ ମରଶରୀର ଆଣିଥିବା ଗାଡିଟିକୁ ଅଟକାଇବା ସହ ସହର ମଧ୍ୟରେ ଥିବା ତୁଳସୀଚୌରା – କାଳୀମନ୍ଦିର ରାସ୍ତାକୁ ବନ୍ଦ କରିଦେଇଥିଲେ।ଖବରପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚିବା ସହ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ। ସେହିପରି ଭାରତ ଏକ ଧର୍ମ ନିରପେକ୍ଷ ଦେଶ। ଏଠାରେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଶବ ସଂସ୍କାର ପାଇଁ ବ୍ୟବସ୍ଥା ରହିଥିବା ବେଳେ ସମାନ ଭାବରେ କୋଭିଡରେ ମୁସଲମାନ ସମ୍ପ୍ରଦାୟର ମୃତକଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କବର ଖାନା ପ୍ରସ୍ତୁତ କରିବା ଆବଶ୍ୟକ ଦାବି କରିଥିଲେ। ତେବେ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଉକ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ରିପୋର୍ଟ: ଘାଷିରାମ ବେହେରା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons