
ଜଗମୋହନପୁର,(ବି.ବି.ନ୍ୟୁଜ୍): ଶବ ସକ୍ରାର କରିବାକୁ ଯାଇଥିଲେ, ଶବ ପାଲଟି ଘରକୁ ଫେରିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକନା ପଞ୍ଚାୟତ ରୁଗୁଡି ମୁଣ୍ଡା ସାହିରେ । ମୃତକ ହେଲେ ଗୋପିନାଥ ମୁଣ୍ଡା(୫୦) ।
ଆଜି ଗାଁରେ ଜଣେ ବ୍ୟକ୍ତିର ଶବ ସକ୍ରାର ପାଇଁ ଗ୍ରାମବାସୀଙ୍କ ସହିତ ଶ୍ମଶାନକୁ ଯାଇଥିଲେ ଗୋପିନାଥ । ଶବ ସକ୍ରାର କାର୍ଯ୍ୟ ସରିଲା । ସମସ୍ତେ ବୁଡ଼ ପକାଇବାକୁ ରୁଗୁଡି ଗାଁରେ ଥିବା କାକୁଡିଅମ୍ବା କଲୋନୀ ନିକଟ ପୋଖରୀକୁ ଯାଇଥିଲେ । ଗୋପିନାଥ ମଧ୍ୟ ସମସ୍ତଙ୍କ ସହ ବୁଡ଼ ପକାଇବାକୁ ଯାଇଥିଲେ । ହେଲେ ଗୋପିନାଥ ଆଉ ପାଣିରୁ ବାହାରିନଥିଲେ । ସାଙ୍ଗରେ ଆସିଥିବା ଲୋକ ଗୋପିନାଥଙ୍କୁ ନପାଇ ତେଲକୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚ ପୋଖରୀ ଭିତରୁ ଗୋପିନାଥଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ଗୋପିନାଥଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ । ଘଟଣାକୁ ନେଇ ତେଲକୋଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ।
Comments are closed, but trackbacks and pingbacks are open.