ଶିକାରୀ ଗୁଳିରେ ନାବାଳକ ଆହତ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନ୍ୟୁଜ୍): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପାଲାଗୁଣ୍ଠୁଣି ଗ୍ରାମର ଦୁଃଶାସନ ପ୍ରଧାନ(୧୫)ଙ୍କୁ କେହି ଶିକାରୀ ଗୁଳି ମାରିଥିବା ନେଇ ଇଟାମାଟି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ୍ ୯୨/୧୯ନଂରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗରୁ ପ୍ରକାଶ ଯେ, ଆଜି ଭୋର ସମୟରେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଦୁଃଶାସନ ଶୌଚ ପାଇଁ ଯାଇଥିବା ବେଳେ କେହି ଶିକାରୀ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଗୁରୁତର ଆହତ ଦୁଃଶାସନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଡାକ୍ତରଖାନାରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଗୁଳିକାଣ୍ଡ ପଛରେ କିଛି ରହସ୍ୟ ରହିଥିବା ପୁଲିସ ସନ୍ଦେହ କରୁଛି । ତେବେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons