ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ର ୮ ନଂ ୱାର୍ଡ କେନାଲ ସାହିରେ ରହି ଆସୁଛନ୍ତି ଭାଗୀରଥୀ ହରିଜନ, ତାଙ୍କ ସାନ ଭାଇ ଭାନୁ ହରିଜନ । ମା’ ଆରପାରିରେ ଓ ବାପା ମାନସିକ ବିକୃତ । ଦୁଇ ଭାଇ ଖଲାସୀ କାମ କରି ପରିବାର ଚଳାନ୍ତି । ହେଲେ ଭାନୁ ହରିଜନ ହଠାତ୍ ମାନସିକ ଭାରସାମ୍ୟ ହରାଇ ସାହି ପଡ଼ିଶାଙ୍କୁ ଅସ୍ୱାଭାବିକ ଆଚରଣ କଲେ । ତେଣୁ ବଡ଼ ଭାଇ ଭାଗୀରଥୀ ଏହା ଦେଖି ଭାନୁଙ୍କ ଗୋଡ଼ ହାତରେ ଶିକୁଳିି ବାନ୍ଧି ଘର ଭିତରେ ରଖୁଛନ୍ତି ।
ଭାଗିରଥୀ ଖଲାସୀ କାମ କରି ପରିବାର ଚଳାନ୍ତି । ଲକଡାଉନ ସଟଡାଉନ ଯୋଗୁ କାମ ନାହିଁ । ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ସାନଭାଇର ଚିକିସôା ପାଇଁ ଟଙ୍କା ନାହିଁ । ଏଭଳି ସ୍ଥିତିରେ ସାନ ଭାଇର ଚିକିସôା ପାଇଁ ଅର୍ଥ କେଉଁଠୁ ଆଣବେ ବୋଲି କୋହଭରା କଣ୍ଠରେ କହିଛନ୍ତି । ଚିକିସôା ପାଇଁ ଅର୍ଥ ଯୋଗାଡ଼ ନହେବାରୁ ଭଗବାନଙ୍କ ଭରସାରେ ଛାଡ଼ିଦେଇଛୁ ବୋଲି ସେ କହିଛନ୍ତି । ୧୭ ବର୍ଷ ତଳେ ଭାଗିରଥୀଙ୍କ ମା ଆରପାରିକୁ ଚାଲିଗଲେ । ବାପା ମାନସିକ ଭାରସାମ୍ୟ ହରାଇ ଗାଁରେ ଏଣେତେଣେ ବୁଲିଲେ । ଜେଜେ ମା’ ଦୁଇଭାଇଙ୍କୁ ଲାଳନପାଳନ କରିଥିଲେ । ପରିବା ବିକି ଦୁଇଭାଇଙ୍କୁ ବଡ଼ କରିଛନ୍ତି । ଏବେ ସାନଭାଇ ଭାନୁ ମାନସିକ ଭାରସାମ୍ୟ ହରାଇବାରୁ ତାଙ୍କର ଚିକିସôା ନେଇ ପରିବାର ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ଏହି ଗରିବ ପରିବାରକୁ ଚିକିସôା ପାଇଁ ପ୍ରଶାସନ ଦୃଷ୍ଟିଦେବାକୁ ସାହିବାସୀନ୍ଦା ନିବେଦନ କରିଛନ୍ତି ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.