ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ ଭେଟିଲେ ଧର୍ମେନ୍ଦ୍ର : ଭାରତ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଜି ଭେଟିଛନ୍ତି । ଏ ଆଲୋଚନା ବେଳେ ମହାରାଷ୍ଟ୍ରର ବିକାଶ ପାଇଁ ଠାକରେଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ ଏ ସଂପର୍କରେ ଟ୍ୱିଟ୍ କରି ସୂଚନା ଦେବା ସହ ଉଲ୍ଳେଖ କରିଛନ୍ତି ଯେ, କେନ୍ଦ୍ର ସହଯୋଗରେ ମହାରାଷ୍ଟ୍ରର ବିକାଶକୁ ତ୍ୱରାନ୍ୱିତ କରିବାକୁ ବିଶଦ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ପୂରଣ ପାଇଁ ମହାରାଷ୍ଟ୍ରର କିଭଳି ଅଧିକ ସହଯୋଗ କରିବ ତା ଉପରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି କରିବାକୁ ମହାରାଷ୍ଟ୍ରର ସହଯୋଗ ଜରୁରି । ଶ୍ରୀ ଠାକରେ ଏଥିପାଇଁ କେନ୍ଦ୍ରକୁ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ଆଲୋଚନା ବେଳେ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons