ଶିଶୁ ଗ୍ରାମରୁ ନିଖୋଜ ପୀଡ଼ିତା ଉଦ୍ଧାର

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ନାବାଳିକାକୁ ଗଣବଳାକ୍ରାର ଓ ଗର୍ଭପାତ ଘଟଣା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଜ କରୁଥିବା ବେଳେ ପୀଡ଼ିତାଙ୍କୁ ଛେଣ୍ଡ ସ୍ଥିତ ଏସ୍ଓଏସ୍ ଶିଶୁ ଗ୍ରାମରେ ରଖାଯାଇଥିଲା । ତେବେ ଗତକାଲି ସଂଧ୍ୟାରୁ ପୀଡ଼ିତା ନିଖୋଜ ହୋଇଯାଇଥିଲେ । ଏ ନେଇ ଛେଣ୍ଡ ଥାନାରେ ପୀଡ଼ିତା ନିଖୋଜ ନେଇ ଏତଲା ଦିଆଯାଇଥିବା ସେ ନିଜ ଘର ବୀରମିତ୍ରପୁରର ଝୁନମୁରକୁ ଆଜି ରାତି ୯ଟା ବେଳେ ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ତାଙ୍କ ମାଆ ଜିମା ଦେଇଥିଲେ । ପୁଲିସ୍ ପୀଡ଼ିତାଙ୍କୁ ନେଇ ଏସ୍ଓଏସ୍ ଶିଶୁ ଗ୍ରାମକୁ ଆସୁଥିବା ଜଣାପଡ଼ିଛି ।
ପୀଡ଼ିତାଙ୍କୁ ପ୍ରଥମେ ବିଶ୍ରା ସ୍ଥିତ ଚାଇଲ୍ଡ ଲାଇନ୍ରେ ରଖାଯାଇଥିଲା । ସେଠାରୁ ତାଙ୍କୁ ଅଣାଯାଇ ଛେଣ୍ଡ ସ୍ଥିତ ଏସ୍ଓଏସ୍ ଶିଶୁ ଗ୍ରାମରେ ରଖାଯାଇଥିଲା ଓ ତାଙ୍କ ମନ ପରିବର୍ତ୍ତନ ଲାଗି ଚେଷ୍ଟା କରାଯାଉଥିଲା । ତେବେ ଗତକାଲି ସଂଧ୍ୟାରୁ ପୀଡ଼ିତା ଉକ୍ତ ଶିଶୁ ଗ୍ରାମରୁ ହଠାତ ନିଖୋଜ ହୋଇଯାଇଥିଲେ । ପୀଡ଼ିତା ନିଖୋଜ ହେବା ପରେ ତାଙ୍କୁ ଉଦ୍ଧାର କରାଯିବା ଲାଗି ପୁଲିସ୍ ତାଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଚଳାଇଥିଲା । ଏ ନେଇ ଛେଣ୍ଡ ଥାନାରେ ଏକ ନିଖୋଜ ମାମଲା ହୋଇଥିବା ପାନପୋଷ ଏସ୍ଡିପିଓ ସାନ୍ତା ନୂତନ ସାମଦ କହିଛନ୍ତି । ଶିଶୁ ଗ୍ରାମର ଚାରି ପଟେ ପାଚେରି ରହିବା ସହ ତା ଉପରେ ଲୁହାର ତାର ଜାଲି ଦିଆଯାଇଛି । ଏପରିକି ସିକୁ୍ୟରିଟି ଗାଡର଼୍ ମଧ୍ୟ ଜଗୁଛି । ଏହା ସତ୍ତେ୍ୱ କିପରି ପୀଡ଼ିତା ସେଠାରୁ ନିଖୋଜ ହେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଆଜି ରାତି ୯ଟା ସମୟରେ ପୀଡ଼ିତା ନିଜ ଗାଁକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଧରି ତାଙ୍କ ମା’ଙ୍କ ଜିମା ଦେଇଥିଲେ ।
ଏଠାରେ ସୂଚନା ଯୋଗ୍ୟ, ବୀରମିତ୍ରପୁର ଅଞ୍ଚଳରେ ଗତ ଜୁନ ମାସରେ ଜଣେ ନାବାଳିକାକୁ ଗଣବଳାକ୍ରାର ଓ ବେଆଇନ ଗର୍ଭପାତ କରାଯାଇଥିବା ଘଟଣା ଲୋକଲୋଚନକୁ ଆସିଥିଲା । ପୀଡ଼ିତାଙ୍କୁ ନ୍ୟାୟ ଦେବା ଓ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଦାବି ବିଭିନ୍ନ ମହଲରୁ ହୋଇଥିଲା । ଅନ୍ୟପକ୍ଷରେ ପୀଡ଼ିତାଙ୍କ ବୟାନକୁ ଆଧାର କରି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାରେ ବୀରମିତ୍ରପୁର ଥାନାର ତକ୍ରାଳୀନ ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଓ ଅନ୍ୟମାମେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେବା ପରେ ଥାନା ଅଧିକାରୀଙ୍କୁ ରାଜ୍ୟ ପୁଲିସ୍ ମହାନିଦେ୍ର୍ଧଶକ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ଉକ୍ତ ଘଟଣା ପରେ ନିଲମ୍ବିତ ଥାନା ଅଧିକାରୀ ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେବା ସହ ନିଲମ୍ବିତ ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ । ତେବେ ଫେରାର ଥିବା ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କ୍ରାଇମ ବ୍ରାଞ୍ଚ ଜୁଲାଇ ମାସ ୧ ତାରିଖରେ ଅନୁଗୁଳ ଜିଲ୍ଲାର ହଣ୍ଡପା ଅଞ୍ଚଳରୁ ଗିରଫ କରିଥିଲା । ତାଙ୍କୁ ଜେରା କରିବା ପରେ ପୋକ୍ସୋ କୋର୍ଟରେ ହାଜର କରାଯାଇ ୪ ଦିନ ରିମାଣ୍ଡରେ ଆଣି କ୍ରାଇମ ବ୍ରାଞ୍ଚ ପଚରାଉଚରା କରିବା ପରେ ବହୁ ତଥ୍ୟ ପାଇଥିଲା । ଏହା ପରେ ଜୁଲାଇ ମାସ ୭ ତାରିଖରେ ପୀଡ଼ିତାଙ୍କ ବେଆଇନ ଭାବେ ଗର୍ଭପାତ କରାଇଥିବା ବୀରମିତ୍ରପୁର ସରକାରୀ ଡାକ୍ତରଖାନାର ମେଡିକାଲ ଅଫିସର ଡା. ଦେବାଶିଷ ଘୋଷଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ କ୍ରାଇମ ବ୍ରାଞ୍ଚ ଟିମ୍ ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ ଓ ହୋମଗାର୍ଡଙ୍କୁ ପଚରାଉଚରା କରିବା ସହ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା । ପୀଡ଼ିତା କୋର୍ଟରେ ହୋମଗାର୍ଡ ଗୁରୁଚରଣ ପରିକାରଙ୍କୁ ଚିହ୍ନଟ କରିବା ପରେ ଅଗଷ୍ଟ ମାସ ୨୯ ତାରିଖରେ ତାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା କ୍ରାଇମ ବ୍ରାଞ୍ଚ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons