ଢେଙ୍କାନାଳ,(ବି.ବି.ନୁ୍ୟଜ): ଶୋଇଥିବା ଅବସ୍ଥାରେ ଶିଶୁଙ୍କ ଉପରେ ମାଡ଼ିଗଲା ପିକ୍ଅପ୍ ଭ୍ୟାନ୍ । ବାପା-ମା’ଙ୍କ ଆଖିଆଗରେ ଚାଲିଗଲା ଦୁଇ ଝିଅଙ୍କ ଜୀବନ । ଅନ୍ୟ ଜଣେ ୧୦ ବର୍ଷୀୟ ଝିଅ ଦୂରକୁ ଛିଟିକି ପଡ଼ି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିଛନ୍ତି । ଦେଢ଼ବର୍ଷର ଝିଅ ଗାଡ଼ି ତଳେ ରହିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛି । ଢେଙ୍କାନାଳ ସହରର ବାଜିଚୌକ୍ ଓଭରବ୍ରିଜ୍ ତଳେ ସୋମବାର ଅପରାହ୍ନ ପ୍ରାୟ ସାଢେ଼ ଦୁଇଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚô ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ।
ମୃତ ଦୁଇ ଭଉଣୀ ହେଲେ ବିହାର ରୋହଟାସ୍ ଜିଲ୍ଲା ତିହିରି ଥାନା ଇଲାକା ମାନିନଗର ଗ୍ରାମର ସନ୍ତୋଷ ଖେର୍ୱାରଙ୍କ ଝିଅ ସାଇନା (୫) ଓ ସୁହାନା (୬) । ବଡ଼ ଝିଅ ପମି(୧୦) ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି ।
ସୂଚନା ଅନୁଯାୟୀ, ସନ୍ତୋଷ, ତାଙ୍କ ସ୍ତ୍ରୀ ଓ ୮ ପିଲାଙ୍କ ସହ ସହରର ବାଜିଚୌକ୍ ସ୍ଥିତ ଓଭରବ୍ରିଜ୍ ତଳେ ରହୁଥିଲେ । ସ୍ୱାମୀ-ସ୍ତ୍ରୀ ପ୍ଲାଷ୍ଟିକ ଜରି, ବୋତଲ ଗୋଟାଇ ଗୁଜୁରାଣ ମେଣ୍ଟାଉଛନ୍ତି । ଅପରାହ୍ନ ପ୍ରାୟ ସାଢେ଼ ଦୁଇଟା ସମୟରେ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ଏକ ବିବାହ କାର୍ଯ୍ୟକ୍ରମରୁ ଖାଦ୍ୟ ସାମଗ୍ରୀ ଆଣିଥିଲେ । ଦୁଇ ଝିଅ ସାଇନା ଓ ସୁହାନା ଶୋଇ ପଡ଼ିଥିବା ବେଳେ ସନ୍ତୋଷ, ପନôୀ ଲଳିତା, ଦୁଇ ଝିଅ (୧୦ ବର୍ଷର ପମି ଏବଂ ଅନ୍ୟଟି ଦେଢବର୍ଷର) ଏକାଠି ଖାଉଥିଲେ । ସନ୍ତୋଷ ଏବଂ ତାଙ୍କ ପନôୀ ଖାଇସାରି ହାତ ଧୋଇବାକୁ ଚାଲି ଯାଇଥିଲେ । ଠିକ୍ ସେତିକିବେଳେ ପିକ୍ଅପ୍ ଭ୍ୟାନ୍ (ଓଡି୦୫ଏଜେଡ୍ ୧୬୯୬) ଭାରସାମ୍ୟ ହରାଇ ସେମାନଙ୍କ ଆଡ଼କୁ ମାଡ଼ିଆସି ଓଭର୍ବ୍ରିଜ୍ କାନ୍ଥରେ ପିଟି ହୋଇଥିଲା । ଭ୍ୟାନ୍ ମାଡ଼ିଯିବାରୁ ସାଇନା ଓ ସୁହାନାଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା । ଖାଇବସିଥିବା ପମି ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇଥିବା ବେଳେ ସୌଭାଗ୍ୟକ୍ରମେ ଦେଢବର୍ଷର ଝିଅ ଗାଡ଼ି ତଳେ ଅକ୍ଷତ ରହିଥିଲା । ଆହତ ପମିକୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍ ଚାଳକ ଘଟଣାସ୍ଥଳରୁ ଖସି ଯାଇଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।


Comments are closed, but trackbacks and pingbacks are open.