ଶ୍ରୀମନ୍ଦିରରେ ଘଣାଲାଗି ନୀତି: ଲାଗିହେଲା ଖଳିପ୍ରସାଦ, ଖଡ଼ିପ୍ରସାଦ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଓଷୁଅ ଓ ଦଶମୂଳ ଲାଗି ପରେ ଶ୍ରୀବିଗ୍ରହ ସୁସ୍ଥ ହୋଇଥିଲେ । ଏବେ ଠାକୁରଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରାଇଆଣିବା ପାଇଁ ଚାଲିଛି ସେବାପୂଜା । ସୋମବାର ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହୋଇଛି । ଗୁରୁବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମଙ୍ଗଳବାର ଠାକୁରେ ନବଯୌବନ ରୁପରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ସେବକମାନେ ଠାକୁରଙ୍କ ସେବାପୂଜାରେ ଲାଗି ପଡ଼ିଛନ୍ତି ।
ଅପରାହ୍ନରେ ଶୁଦ୍ଧସୁଆରଙ୍କ ଘରୁ ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀର ପଟୁଆରରେ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯାଇଛି । ପରେ ଏହାକୁ ରୁପା ପିଙ୍ଗଣରେ ରଖି ଦଇତାପତିମାନେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥିଲେ । କର୍ପୂର, କେସର ଓ କସ୍ତୁରୀ ମିଶ୍ରିତ ଦିବ୍ୟ ଖଳି ଠାକୁରଙ୍କୁ ଲାଗି କରାଯାଇଥିଲା । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଶୁଦ୍ଧସୁଆର ଘରର ସଧବା ସ୍ତ୍ରୀ ଲୋକମାନେ ଏହି ଖଳିକୁ ପ୍ରସ୍ତୁତ କରିଥିଲେ । ମଣିଷ ଶରୀରରେ ଶିରା, ପ୍ରଶିରା ଓ ଅନ୍ତନାଡୀ ପରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅକ୍ଷାଂଶ ଓ ଦ୍ରାଘିମା ରେଖା ପରି ବିଭିନ୍ନ ଛାନ୍ଦ ପଡି ପାଟ ଡୋର ଲାଗି କରାଯାଇଥିଲା । ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି କରାଯାଇଛି ।
ଶୁଦ୍ଧସୁଆରଙ୍କ ଖଳିପ୍ରସାଦ ଲାଗି ହେଲାପରେ ଖଡ଼ିପ୍ରସାଦ ଲାଗି କରାଯାଏ । ଏହାପରେ ଶ୍ରୀବିଗ୍ରହ ପୂର୍ବାବସ୍ଥାକୁ ଫେରିବେବୋଲି କୁହାଯାଏ । ଦତ୍ତମହାପାତ୍ର ସେବକଙ୍କ ଘରୁ ଖଡ଼ିପ୍ରସାଦ ଶ୍ରୀମନ୍ଦିରକୁ ବିଜେ ହେବାର ବିଧି ଅନୁଷ୍ଠିତ ହେଉଛି । ଶ୍ରୀବଳଭଦ୍ରଙ୍କ ପାଇଁ ଲୋକନାଥ ସୁଆରଙ୍କ ଘରୁ, ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀଧର ସୁଆରଙ୍କ ଘରୁ ଓ ଦେବୀ ସୁଭଦ୍ରାଙ୍କ ପାଇଁ ଗୋବିନ୍ଦ ସୁଆରଙ୍କ ଘରୁ ଖଳି ଶ୍ରୀମନ୍ଦିରକୁ ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons