ଶ୍ରେଣୀ ଗୃହରେ ଶିକ୍ଷୟିତ୍ରୀଙ୍କୁ କଟୁରି ଚୋଟ

Get real time updates directly on you device, subscribe now.

ନିଆଳି,(ବି.ବି.ନ୍ୟୁଜ୍): ଦିନ ପ୍ରାୟ ୧୧ଟା ୩୦ । ନିଆଳି ଆମ୍ବାପଡା ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିଲା ପାଠପଢ଼ା । ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲି କ୍ଲାସ୍ ନେଉଥାନ୍ତି । ଶ୍ରେଣୀଗୃହରେ ବହୁ କୁନି ଛାତ୍ରଛାତ୍ରୀ ପାଠ ପଢୁଥାନ୍ତି । ହଠାତ୍ ଏହି ସମୟରେ ଜଣେ ଦୁର୍ବୃତ୍ତ ଏକ ଧାରୁଆ କଟୁରି ନେଇ କ୍ଲାସ୍ ରୁମ୍ ଭିତରକୁ ପଶିଲା । ଅତିର୍କିତ ଭାବେ ଶିକ୍ଷୟିତ୍ରୀ ସୁଚିସ୍ମିତାଙ୍କୁ ନିର୍ମମ ଭାବେ ହାଣିବାକୁ ଲାଗିଲା । କଟୁରି ଚୋଟରେ ଶିକ୍ଷୟିତ୍ରୀଙ୍କ ଦୁଇହାତ, ମୁଣ୍ଡ, ବେକ, ପିଠି ଆଦି ବିଭିନ୍ନ ଜାଗାରେ ଗଭୀର କ୍ଷତ ସୃଷ୍ଟି ହେବା ପରେ ସେ ଅଚେତ ଅବସ୍ଥାରେ ପଡିଯାଇଥିଲେ । ଏହାପରେ ଦୁର୍ବୃତ୍ତ ସେଠାରୁ ଚମ୍ପଟ୍ ମାରିଥିଲା ।
କୁନିକୁନି ପିଲାଙ୍କ ସାମ୍ନାରେ ଏଭଳି ବୀଭତ୍ସ କାଣ୍ଡରେ ପୂରା ସ୍କୁଲ୍ ସ୍ତବ୍ଧ ହୋଇଯାଇଥିବା ବେଳେ ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ଆମ୍ବପଡ଼ା ଗାଁର ବିଭୂତି ମହାନ୍ତି (୪୪)କୁ ପୁଲିସ ଚାରିଛକଠାରୁ ଗିରଫ କରିଛି । ତେବେ ଅଭିଯୁକ୍ତଜଣକ କାହିଁକି ଏଭଳି ଅଭାବନୀୟ କାଣ୍ଡ କଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ସୁଚିସ୍ମିତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଶିକ୍ଷୟିତ୍ରୀଙ୍କ ଏଭଳି ଅବସ୍ଥା ଦେଖି ଶ୍ରେଣୀ ଗୃହରେ ଥିବା କୁନି ପିଲାମାନେ ଚିକ୍ରାର କରି କାନ୍ଦବୋବାଳି ପକାଇଥିଲେ । ଯିଏ ଯୁଆଡ଼େ ଦୌଡ଼ିବାକୁ ଲାଗିଥିଲେ । ଶିକ୍ଷୟିତ୍ରୀଙ୍କ ରକ୍ତ ଛିଟାରେ ଶ୍ରେଣୀଗୃହ ରକ୍ତାକ୍ତ ହୋଇଯାଇଥିଲା । ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନିଆଳି ଚାରିଛକ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଘଟଣା ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଆହତ ଶିକ୍ଷୟିତ୍ରୀଙ୍କ ଖୁଡ଼ି ନିଆଳି ଥାନାରେ ପୃଥକ ପୃଥକ ଭାବେ ଏତଲା ଦେଇଛନ୍ତି ।
ଆଜି ସୋମବାର ୧୧.୩୦ ମିନିଟ୍ ସମୟରେ ଆମ୍ୱାପଡ଼ା ପ୍ରାଥମିକ ବିଦାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲି (୨୮) ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର କ୍ଲାସ୍ ନେଉଥିଲେ । ଏହି ସମୟରେ ଆମ୍ବାପଡ଼ା ଗ୍ରାମର ବିଭୂତି ମହାନ୍ତି (୪୪) ଏକ କଟୁରି ନେଇ ଶ୍ରେଣୀ ଗୃହ ଭିତରକୁ ପଶିଲା । କିଛି କଥାବାର୍ତ୍ତା ନକରି ସିଧାସଳଖ ସୁଚିସ୍ମିତାଙ୍କୁ ହାଣିବାକୁ ଲାଗିଥିଲେ । କଟୁରିର ଚୋଟରେ ସୁଚିସ୍ମିତାଙ୍କ ମୁଣ୍ଡ, ହାତ, ବେକ ଓ ପିଠି ଗଭୀର କ୍ଷତ ସୃଷ୍ଟି ହୋଇ କ୍ଲାସ ରୁମ୍ ରକ୍ତରଞ୍ଜିତ ହୋଇଯାଇଥିଲା ଏହି ସମୟରେ ଛାତ୍ରଛାତ୍ରୀମାନେ ଚିକ୍ରାର କରିବାରୁ ଅଭିଯୁକ୍ତ ବିଭୂତି ପଳାଇଯାଇଥିଲା ।
ଘଟଣା ସ୍ଥଳରେ ସୁଚିସ୍ମିତା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗ୍ରାମବାସୀ ମାନଙ୍କୁ ଡାକ ପକାଇଥିଲେ । ଗ୍ରାମବାସୀମାନେ ପହଞ୍ôଚ ସୁଚିସ୍ମିତାଙ୍କୁ ପ୍ରଥମେ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଉଦ୍ବେଗଜନକ ହେବାରୁ ଡାକ୍ତର ତାଙ୍କୁ କଟକ ମେଡ଼ିକାଲ ପଠାଇଦେଇଥିଲେ ।
ସୂଚନାଯୋଗ୍ୟ, ସୁଚିସ୍ମିତାଙ୍କର ଘର ସେହି ଆମ୍ୱାପଡ଼ା ଗ୍ରାମରେ ହୋଇଥିବା ବେଳେ ୪ ବର୍ଷ ତଳେ ନାଉଗାଁ ଥାନା ଓଷକଣା ଗ୍ରାମରେ ବିବାହ କରିଥିଲେ । ତାଙ୍କର ଏବେ ୪ମାସର ଶିଶୁ କନ୍ୟାଟିଏ ଅଛି । ଘଟଣା ଘଟାଇ ଅଭିଯୁକ୍ତ ବିଭୂତି ହାତରେ କଟୁରି ଧରି ପଳାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ନିଆଳି ପୁଲିସ୍ ପିଛା କରି ଚରିଛକ ନିକଟରେ ଅଭିଯୁକ୍ତକୁ କାବୁ କରିଥିଲା । ଅଭିଯୋଗ ପାଇ ନିଆଳି ପୁଲିସ ୧୫୩/୨୦୧୯ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons