ଶ୍ୱଶୁରକୁ ପିଟି ପିଟି ମାରିଦେଲା ଜ୍ୱାଇଁ

Get real time updates directly on you device, subscribe now.

ଢେଙ୍କାନାଳ: ପରକୀୟା ପ୍ରୀତି ଯୋଗୁଁ ହିତାହିତ ଜ୍ଞାନ ଭୁଲିଗଲା ଜ୍ୱାଇଁ । ଅବୈଧ ସମ୍ପର୍କରେ ପ୍ରତିବନ୍ଧକ ସାଜିଥିବା ଶ୍ୱଶୁରକୁ ମାରି ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଶେଷରେ ଶୋଇଥିବା ବେଳେ ଶନିବାର ରାତିରେ ଶ୍ୱଶୁରକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ଜ୍ୱାଇଁ । ଢେଙ୍କାନାଳ ସଦର ଥାନା ଇଲାକା ପାତ୍ରଭାଗ ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ମୃତକ ହେଲେ ପାତ୍ରଭାଗ ବିଲିସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୫୫) । ଏନେଇ ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି । ଅଭିଯୁକ୍ତ ଜ୍ୱାଇଁ ଗିରିଶ ଦେହୁରୀକୁ ଗିରଫ କରି ତଦନ୍ତ ତ୍ୱରାନ୍ୱିତ କରିଛି ।
ପୁଲିସ୍ ସୂଚନା ମୁତାବକ, ପୂର୍ଣ୍ଣଚନ୍ଦ୍ରଙ୍କ ବଡ଼ଝିଅକୁ ଅଭିଯୁକ୍ତ ଗିରୀଶ ଦେହୁରୀ ବିବାହ କରିଛି । ତା’ ଘର କପିଳାସ ତପୋବନ ଅଞ୍ଚଳରେ । ବିବାହର ଦୀର୍ଘ ବର୍ଷ ପରେ ତାଙ୍କର କୌଣସି ପିଲାପିଲି ନହେବାରୁ ଗିରୀଶ ତାଙ୍କର ଶାଳୀ ଉପରେ କୁନଜର ରଖିଥିଲା । ହେଲେ ଏହାକୁ ବିରୋଧ କରିଥିଲେ ଶ୍ୱଶୁର ପୂର୍ଣ୍ଣଚନ୍ଦ୍ର । ତେଣୁ ଜ୍ୱାଇଁ ଗିରୀଶ ଶ୍ୱଶୁର ଉପରେ ରକ୍ତଚାଉଳ ଚୋବାଉଥିଲା । ନିକଟରେ ଉଭୟ ଗିରୀଶ ଓ ତାଙ୍କ ସ୍ତ୍ରୀ ଶ୍ୱଶୁର ଘରକୁ ଆସିଥିଲେ । ଶନିବାର ରାତିରେ ସମସ୍ତେ ଖିଆପିଆ ସାରି ଶୋଇଥିଲେ । ରବିବାର୍ ଭୋର୍ରୁ ପୂର୍ଣ୍ଣଚନ୍ଦ୍ର ଶୋଇଥିବା ଘରୁ ପାଟିତୁଣ୍ଡ ଶୁଭିଥିଲା । ଜ୍ୱାଇଁ ଗିରିଶ ଏକ ଲୁହାଛଡ଼ରେ ଶ୍ୱଶୁରକୁ ପିଟି ଚାଲିଥିଲା । ବାପାଙ୍କୁ ମାର୍ପିଟ୍ ହେଉଥିବା ଶୁଣି ପୁଅ ପରେଶ ଉଠି ପଡ଼ିଥିଲେ । ମାତ୍ର ତାଙ୍କୁ କେହି ଘରର ବାହାର ପଟୁ କବାଟ କିଳି ଦେଇଥିଲା । ପରେ କୌଣସି ମତେ ପରେଶ ବାହାରକୁ ବାହାରି ବାପାଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons