ସୋର,(ବି.ବି.ନୁ୍ୟଜ୍): ବାଇକ୍ରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ଶ୍ୱଶୁର ଘରକୁ ଯିବାବେଳେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଥିବା ଜଣାଯାଇଛି । ଯୁବକଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଆହାରପୁର ଗାଁ ନିକଟରେ ଘଟିଛି । ଗୁରୁତର ଯୁବକଜଣକ ହେଲେ ସୋର ଥାନା କୁରୁଡ଼ା ଗାଁର ଚିତ୍ତରଞ୍ଜନ ଦାସ । ଚିତ୍ତରଞ୍ଜନ ସ୍ତ୍ରୀ ଓ ୨ ପିଲାଙ୍କୁ ନେଇ ବିଳମ୍ବିତ ରାତିରେ ଶ୍ୱଶୁର ଘର ବାସୁଦେବପୁର ଥାନା ଅନ୍ତର୍ଗତ ବିନାୟକପୁରକୁ ଯାଉଥିଲେ । ତେବେ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ଏହି ଘଟଣାରେ ୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ତେବେ କେଉଁ କାରଣରୁ ଉକ୍ତ ଯୁବକମାନେ ଚିତ୍ତରଞ୍ଜନଙ୍କୁ ଆକ୍ରମଣ କଲେ ତାହା ଜଣାପଡୁନାହିଁ ।
Comments are closed, but trackbacks and pingbacks are open.