ମାଲକାନଗିରି,(ବି.ବି.ନୁ୍ୟଜ): ୫ ଦିନ ତଳେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ଛତିଶଗଡର ଦନ୍ତେୱାଡା ଜିଲ୍ଲା ଡିଆର୍ଡି ଗେଷ୍ଟ ହାଉସର୍ ଗାଧୁଆ ଘରୁ ପୁଲିସ୍ ତାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି । ମୃତ ମହିଳା ମାଓବାଦୀ ହେଲେ ସିଏନ୍ଏନ୍ ମାଓ କମିଟିର ପାଣ୍ଡ୍ରି କବାସୀ(୨୨) । ମୃତୁ୍ୟର କାରଣ ସ୍ପଷ୍ଟ ହୋଇନି ।
ଗତ ୧୯ ତାରିଖରେ ମାଓ ସଂଗଠନ ଛାଡିÿ ଛତିଶଗଡ ଦନ୍ତେୱାଡା ଜିଲ୍ଲା ଏସ୍ପିଙ୍କ ନିକଟରେ ସିଏନଏନ୍ ମାଓ କମିଟିର ମହିଳା କ୍ୟାଡର ପାଣ୍ଡ୍ରି ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ପରେ ତାଙ୍କ ଜୀବନ ପ୍ରତି ବିପଦଥିବା ସନେ୍ଦହ କରି ପୁଲିସ୍ ତାଙ୍କୁ ଘରକୁ ଛାଡ଼ି ନଥିଲା । ଆତ୍ମସମର୍ପଣ କରିଥିବା ଅନ୍ୟ ୩ଜଣ ମହିଳା ମାଓବାଦୀଙ୍କ ସହ ପାଣ୍ଡ୍ରୀଙ୍କୁ ରହିବା ଲାଗି ଡିଆର୍ଜି ଗେଷ୍ଟ ହାଉସ୍ରେ ବ୍ୟବସ୍ଥା କରିଥିଲା । ଆଜି ସକାଳେ ପାଣ୍ଡ୍ରୀ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଗାଧୁଆ ଘରୁ ବାହାରି ନଥିଲେ । ଅନ୍ୟ ମହିଳାମାନେ ତାଙ୍କୁ ଡାକିବା ସହ କବାଟ ବାଡେଇଥିଲେ । ତଥାପି କୌଣସି ଉତ୍ତର ମିଳିନଥିଲା । ଅନ୍ୟ ମହିଳାମାନେ ସନେ୍ଦହ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ପାଣ୍ଡ୍ରୀ ବେକରେ ଓଢଣୀ ଦେଇ ଝୁଲି ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ପୁଲିସ୍ ନିକଟସ୍ଥ ହସ୍ପିଟାଲକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ପାଣ୍ଡ୍ରିଙ୍କ ମୃତଦେବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍ ପଠାଇ ଦେଇଛି । ଏ ସମ୍ପର୍କରେ ସେଠାକାର ଥାନାରେ ଏକ ମାମଲା ରୁଜୁ ହୋଇଛି ।


Comments are closed, but trackbacks and pingbacks are open.