ପୁରୀ,(ବି.ବି.ବୁ୍ୟରୋ): ବୁଧବାର ରାତିରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦିରେ ଗୋଟି ପହଣ୍ଡିରେ ବିଜେ ହୋଇଛନ୍ତି । ଜନ୍ମବେଦିରେ ଠାକୁରେ ଅଧିÂିତ ହେବା ପରେ ମହାସ୍ନାନ ହୋଇ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବଢ଼ି ବଡ଼ସିଂହାର ବେଶ ଆଉ ବଡସିଂହାର ଭୋଗ ସମ୍ପନ୍ନ ହୋଇଥିଲା । ଗୁରୁବାରଠାରୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ବାହାରିବ ।
ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦିକୁ ଗୋଟି ପହଣ୍ଡିରେ ପହଞ୍ଚିଛନ୍ତି । ବିଳମ୍ବିତ ରାତିରେ ଶ୍ରୀବିଗ୍ରହଙ୍କ ରୁନ୍ଧା ନୀତି ସମ୍ପନ୍ନ ହୋଇଛି । ପ୍ରଭୁଙ୍କ ଜନ୍ମବେଦି ରୂପେ ପରିଚିତ ଆଡ଼ପ ମଣ୍ଡପରେ ଅଧିÂିତ ଶ୍ରୀବିଗ୍ରହଙ୍କୁ ଚଳିତ ବର୍ଷ ଭକ୍ତମାନେ ଦର୍ଶନ କରି ପାରିବେ ନାହିଁ । କୋଭିଡ୍ ସଂକ୍ରମଣ ତନାଘନାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଇଲାକାରେ ପ୍ରଶାସନ ୧୪୪ ଧାରାର କଟକଣା ଜାରି କରିଛି । ଏହି ଇଲାକା ଭିତରକୁ ଅଣସ୍ୱୀକୃତ ଲୋକଙ୍କ ପ୍ରବେଶ ମନା କଟକଣା ଲାଗୁ ହୋଇଛି । ଏହି ପୃÂଭୂମିରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରଦ୍ଧାଳୁଙ୍କୁ ସୂଚନା ଦେଇଛନ୍ତି । ତେଣୁ ପୁରୀ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।
କୋର୍ଟ କଟକଣା ଏବଂ କୋଭିଡ୍ ସୁରକ୍ଷା ମଧ୍ୟରେ ଚଳିତ ବର୍ଷ ବିନା ଭକ୍ତରେ ସେବାୟତମାନେ ତିନି ରଥକୁ ଟାଣିଥିଲେ । ସୂର୍ଯ୍ୟାସ୍ତ ପୂର୍ବରୁ ତାଳଧ୍ୱଜ, ଦର୍ପଦଳନ ଆଉ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ୱାର ସାମ୍ନା ଶରଧାବାଲିରେ ପହଞ୍ଚିଥିଲେ । ଏହିକ୍ରମରେ ଆଷାଢ଼ ଶୁକ୍ଳ ପକ୍ଷ ତୃତୀୟ ତିଥିରେ ନୀଳାଦି୍ରନାଥ ବୁଧବାର ସନ୍ଧ୍ୟାରେ ଜନ୍ମବେଦିକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ । ରଥାରୂଢ଼ ଶ୍ରୀଜିଉଙ୍କ ଯାବତୀୟ ନୀତି ଶେଷ ହେବା ପରେ ସନ୍ଧ୍ୟା ୫ଟା ୨୭ ମିନିଟରେ ପହଣ୍ଡି ପାଇଁ ପୁଷ୍ପାଞ୍ଜଳି ବଢ଼ିଥିଲା । ତା ପରେ ପହଣ୍ଡି ନୀତି ୫ଟା ୩୫ ମିନିଟରୁ ଆରମ୍ଭ ହୋଇ ରାତି ସାଢେ଼ ଦଶଟା ସୁଦ୍ଧା ଶେଷ ହୋଇଥିଲା । ପ୍ରଥମେ ରାମକୃଷ୍ଣ, ତା ପରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ହାତରେ ସେବକମାନେ ପହଣ୍ଡି କରିଥିଲୋ । ଏହା ପରେ ପର୍ଯ୍ୟାୟକ୍ରମେ ସନ୍ଧ୍ୟା ୫ଟା୫୫ ମିନିଟରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିର ବିଜେ କରିଥିଲେ । ସନ୍ଧ୍ୟା ସାଢେ଼ ଛଅଟାରେ ବଡ଼ଠାକୁର, ସନ୍ଧ୍ୟା ୭ଟା ୨୫ ମିନିଟରେ ମା’ ସୁଭଦ୍ରା ଆଉ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରୁ ପହଣ୍ଡିରେ ଓହ୍ଲାଇଥିଲେ । ଚାରମାଳ ଉପରେ ଠାକୁରମାନଙ୍କୁ ଟାହିଆ ଲାଗି ହୋଇଥିଲା । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ପହଞ୍ଚିବା ପରେ ଶ୍ରୀବିଗ୍ରହଙ୍କ ରୁନ୍ଧା ନୀତି ସମ୍ପନ୍ନ ହୋଇଥିଲା । ଗୁରୁବାର ଠାରୁ ଆଡ଼ପ ମଣ୍ଡପ ବିଜେ ପରେ ମହାପ୍ରଭୁଙ୍କ ଆଡ଼ପ ଅବଢ଼ାକୁ ଭକ୍ତ ପ୍ରସାଦ ରୂପେ ପାଇବେ । କୋର୍ଟ ଆଦେଶ ଏବଂ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ସଂଲଗ୍ନ ଇଲାକାରେ ପ୍ରଶାସନ ୧୪୪ ଧାରା ଲାଗୁ କରିଛି । ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିର ମନା ଥିବାରୁ ଅବଢ଼ା ବାହାରକୁ ଆସିବା ପରେ କେବଳ ଭକ୍ତ ପ୍ରସାଦ ପାଇବେ କିମ୍ବା ବିକ୍ରି ଭୋଗ ବରାଦି ଦେଲେ ମହାପ୍ରସାଦ ଭକ୍ତଙ୍କୁ ମିଳି ପାରିବ ବୋଲି ସୁପକାର ସେବକ କହିଛନ୍ତି ।
ଗତକାଲି ତିନି ରଥ ଶରଧାବାଲିରେ ଲାଗିବା ପରେ ପ୍ରଭୁଙ୍କୁ ଶୁଖିଲା ଭୋଗରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ ଲାଗି ହୋଇଥିଲା । ଖଇକୋରା,ଫଳମୂଳ ଭୋଗ ଲଗାଯାଇଥିଲା । ବର୍ଷକ ପରେ ପୁଣି ଥରେ ଗୁଣ୍ଡିଚାବାଡ଼ିକୁ ବିଜେ କରିଛନ୍ତି ନୀଳାଦ୍ରିନାଥ ।
ଗୁଣ୍ଡିଚାବାଡ଼ିକୁ ପହଣ୍ଡି ପୂର୍ବରୁ ଆଦି ଦିନ ତମାମ ପ୍ରଭୁଙ୍କ ନୀତି ରଥ ଉପରେ ସମ୍ପନ୍ନ ହୋଇଥିଲା । ତିନି ରଥ ଉପରେ ଭୋରରୁ ଠାକୁରଙ୍କ ମଙ୍ଗଳାଳତି, ତଡ଼ପଲାଗି ଓ ଅବକାଶ, ବେଶ ବଢ଼ି ବଲ୍ଲଭ ନୀତି ଆଉ ସକାଳଧୂପ ଅନୁÂିତ ହୋଇଥିଲା । ଭୋଗରେ ମୁଗ, କୋରା ଆଦି ଶୁଖିଲା ଭୋଗ ସହ ଫଳମୂଳ ଆଦି ଲାଗି ହୋଇଥିଲା । ଏହାପରେ ଯାତ୍ରାଙ୍ଗୀ ମହାସ୍ନାନ ବଢ଼ିବା ପରେ ଦ୍ୱିପହର ଧୂପ ସରି ସନ୍ଧ୍ୟା ଆଳତି ଆଉ ସନ୍ଧ୍ୟାଧୂପ ଶେଷ ହୋଇଥିଳା । ଏହା ପରେ ତିନି ରଥରୁ ଘୋଡ଼ା ଫିଟା ଯାଇଥିଲା । ଏହା ପରେ ଚାରମାଳ ବନ୍ଧାଯାଇ ପହଣ୍ଡି ଆରମ୍ଭ ହୋଇଥିଲା । ଜନ୍ମବେଦିରେ ଠାକୁର ଅଧିÂିତ ହେବାପରେ ଅନ୍ୟ ନୀତି ବଢ଼ିଥିଲା ।
ବାହୁଡା ଯାତ୍ରା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଚୌହଦି ଇଲାକାରେ ସିଆରପିସି ୧୪୪ ଧାରା ବଳବତ୍ତର ରହିବ । ଗୁଣ୍ଡିଚା ମନ୍ଦିରକୁ ଘେରି ରହିଥିବା ବଡ଼ଶଙ୍ଖ ଛକରୁ ବାନାମ୍ବର ଛକ, ମାଟିଆପଡା ଛକରୁ ଆଶୁତୋଷ ମଠ ଛକ, ନୀଳକଣ୍ଠ ମନ୍ଦିର ଛକରୁ ବଡ଼ଶଙ୍ଖ ଛକକୁ ୧୪୪ ଧାରା ଆଧାରରେ ସିଲ୍ କରି ଦିଆଯାଇଛି । ବଡ଼ଶଙ୍ଖ ଛକରୁ ଗୁଣ୍ଡିଚା ମନ୍ଦିର ବଡ଼ଦାଣ୍ଡ ଏହି ଇଲାକାର ସମସ୍ତ ଜନବସତି, ଦୋକାନ, ବ୍ୟବସାୟିକ ଅନୁÂାନଗୁଡ଼ିକ ଏହି କଟକଣା ଇଲାକାରେ ରହିଛି । ଜୁଲାଇ ୧ ତାରିଖରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା । ୨ ତାରିଖ ଭୋର ପର୍ଯ୍ୟନ୍ତ ଚିହ୍ନଟ ଇଲାକାରେ କଟକଣା ରହିବା ଅନୁମାନ କରାଯାଉଛି ।
Comments are closed, but trackbacks and pingbacks are open.